STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ନମାମି କୃଷ୍ଣ ନାଗର

ନମାମି କୃଷ୍ଣ ନାଗର

1 min
13.9K


ଗୋପପୁର ନୂଆ ନାଗର

ନାବକେଳି ଲମ୍ପଟିଆ

ଗୋପ ବାଳୀ ବସ୍ତ୍ର ଚୋର

ନମାମି ନଟ କୁଟିଆ ।।

ନୀଳ ଘନ‌ କାନ୍ତି ସୁନ୍ଦର

କୃଷ୍ଣ କଦମ୍ବ ମୂଳିଆ

ଗୋବିନ୍ଦ ମନ୍ଦର ଧର

ନମାମି ବନମାଳିଆ ।।

ମୋହନ ମୂରଲୀଧର

ଶିଖୀ କଳାପ ଚୂଳିଆ

ରାଧା ରାଣୀ ମନଚୋର

ଗୋପପୁର ଚନ୍ଦ୍ର ଉଦିଆ ।।

କୁଞ୍ଜ କାନନ ସୁନ୍ଦର

ଦୁର୍ଦ୍ଦାନ୍ତ କାଳି ଦଳିଆ

(ଅଶେଷ) ଜନ୍ମାର୍ଜିତ ପାପ ଚୋର

ନମଃ ଚିତ୍ତ ବିନୋଦିଆ ।।

ଶ୍ରୀବତ୍ସ ଲାଞ୍ଛନ ଧର

ସୁରେଶ୍ଵର ହେ ଶ୍ରୀଧର

ଦଇତାରି ଦାମୋଦର

ନମାମି ନୀଳ ସୁନ୍ଦର ,

ନମୋ ନମଃ ନମୋ କାଳିଆ ।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି , ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍