ନଳି
ନଳି
1 min
346
ମାଆ ଠାରୁ ନେଇ ଦୁଇ ଟଙ୍କା ମୁହିଁ
ଆଣୁଥିଲି ନଳି କିଣି
ପାଞ୍ଚଟି ନଳିକୁ ପାଞ୍ଚ ଆଙ୍ଗୁଠିରେ
ଖାଉଥିଲି ଗଣି ଗଣି ||1
ବାଜିଆ ଭାଇଟି ଦିଏତ ଛିଣ୍ଡାଇ
ଦୁଇ ଟଙ୍କାଟିଏ ନେଇ
ନଳି ଖାଇ ମୁହିଁ ହସି ଖେଳି ପୁଣି
ଦୁଃଖକୁ ଦିଏ ଦୁରେଇ ||2
ନୀଳ ଧଳା ନାଲି ଭଳିକି ଭଳି
କେତେ ପ୍ରକାରର ନଳି
ପିଲାଦିନ ସ୍ମୃତି ମନେ ପଡି ଗଲେ
ଲାଗଇ ସୁନା ଭଳି ||3