STORYMIRROR

Kalandi pal

Others

3  

Kalandi pal

Others

ନକଲି ବାବା

ନକଲି ବାବା

1 min
122


ଗଳାରେ ରୁଦ୍ରାକ୍ଷ ହାତରେ ମାଳି

ଗେରୁ ବସ୍ତ୍ର ପିନ୍ଧି  ଟହଲ ମାରି

ମୁଣ୍ଡରେ ଜଟା   , ତିଳକ ଚିତା

ଚିକ୍କଣ କଥାରେ ସର୍ବେ ତୋଷିତା

ବୁଲେ ନିତି ହୋଇ ବାର ଦୁଆରି

ଅସଲି ଭେକ   ବାବା ନକଲି!!


ସଂସାର ଜଂଜାଳ  ବଡ଼ ନିଷ୍ଠୁର

ବାବା ହୋଇ ଗଲେ ସବୁଠି ପାର

ଅପାର ଧନ   ସୁଖୀ ଜୀବନ

ମିଛ ସତ କହି ମୋହିଲେ ମନ

ସେବନ୍ତି ପୟର ଭକତି ଭରି

ତରୁଣୀ ବାଳୀ କି ଅଧା ନାରୀ!!


ମାଗଣାରେ ମିଳେ ସୁଖ ସମ୍ମାନ

ଭଣ୍ଡି ଜନେ ସଞ୍ଚେ  ବିପୁଳ ଧନ

ଧର୍ମର ଦ୍ୱାହି  ପକାଇ ସେହି

ଚକିତ କରଇ  ଏ ସାରା ମହି

କାଳ ତା ବଇରୀ ହୁଅଇ ଭାରି

ଦିନେ ଯାଏ ସରି ତା ସୁଖ ଶିରି!!


ଆଇନ ଆଗରେ  ହୁଅଇ ଦୋଷୀ

ଫିଙ୍ଗି ପାପ ଧନ  ଯାଏ ସେ ଖସି

ଟାହି ଟାପରା  ସଂସାର ସାରା

ଅଲାଜୁକ ମୁହେଁ ଜିଅଇଁ ପରା

ପଙ୍କେ ଘୁଷୁରୀ ଲୋଟିଲା ଭଳି

ମଲେ ଯାଏ ନାହିଁ ଗୁଣ ତାହାରି!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍