STORYMIRROR

Prasanta kumar Hota

Others

3  

Prasanta kumar Hota

Others

ନଜିର ଦେଉଛି ନଜିକ ହେବାକୁ

ନଜିର ଦେଉଛି ନଜିକ ହେବାକୁ

1 min
270


ନଜିର ଦେଉଛି ନଜିକ ହେବାକୁ

ଲୋଡା ତୁମ କୃପା ବିଶେଷ

ହେବାକୁ ଚାହୁଁଛି ନିକଟ ତୁମର

ସମର୍ପି କର୍ତ୍ତବ୍ୟ ପ୍ରୟାସ ।


କର୍ତ୍ତବ୍ୟ ପ୍ରୟାସ ଝରଣା ର ବାରି

ଝରୁଥିଲା ଯାଏଁ ନବାତ

ଝରି ଝରି ଝର ଝରୁଥିଲେ ଭରେ

ଜୀବନେ ସଫଳ ପ୍ରପାତ ।


ମାୟା ପ୍ରଲୋଭନ କର୍ତ୍ତବ୍ୟ କରମ

କର୍ତ୍ତବ୍ୟ ବଞ୍ଚିବା ବିଶ୍ଵାସ

କର୍ତ୍ତବ୍ୟ କରମ ସରେନାହିଁ କେବେ

ଜୀବନ ଜିଇଁଲେ ନିକାଶ ।


କରୁଥିଲେ କର୍ମ କର୍ତ୍ତବ୍ୟ କରମ

ହେଇଛ ସଭିଙ୍କ ନିକଟ

ଡାକୁଥିବ ଯିଏ ଜୀବନ ଜଞ୍ଜାଳେ

ସେ ସିନା ପାଇବ ତୋ ଭେଟ ।


ଜଗତ ଠାକୁର ଜଗତ ହିତରେ

କର୍ତ୍ତବ୍ୟ କରିବା ଭକ୍ତିରେ

ଡାକି ଡାକି ଯାର ଜୀବନ ଉତ୍ସର୍ଗ

ମାଡିଆସେ ତାହା ପାଇଁ ରେ


କର୍ତ୍ତବ୍ୟ କରମ ହୀନ ନୁହେଁ ଯେଣୁ

ତୋଡାକ ଆମର ଆଶ୍ରୟ

ଅଦ୍ୟାବଧି ସର୍ବେ କର୍ତ୍ତବ୍ୟ ସମ୍ପାଦି

ଜିଣିଛନ୍ତି ତୋର ହୃଦୟ ।


କର୍ତ୍ତବ୍ୟ କରିବା ବଞ୍ଚିବା ପାଇଁକି

ଜଗତର ହିତ ସେବାରେ

ଭକତି ମୋ ପ୍ରଭୁ ଥାଉ କର୍ତ୍ତବ୍ୟରେ

ରଖିଥିବୁ ନିଘା ଟିକେରେ


ପ୍ରଶାନ୍ତ କୁମାର ହୋତା


Rate this content
Log in