ନିୟତିର ଖେଳ
ନିୟତିର ଖେଳ
1 min
144
ବିଧିର ବିଧାନ କେ କରିବ ଆନ
ସବୁ ଖେଳ ନିୟତିର
ସୁଖ, ଦୁଃଖ ଏଠି ସବୁ କର୍ମ ଫଳ
ଜୀବନ ହିଁ ଯଉ ଘର ।
ଆସିବାର ବେଳ ନିୟତିର ଇଛା
ଯିବା ବି ବିଧି ନିର୍ଦ୍ଦିଷ୍ଟ,
ଦୁଃଖ କଷାଘାତେ ବଞ୍ଚିବାକୁ ହେବ
ସହିବାକୁ ହେବ କଷ୍ଟ ।
ଜୀବନ ଟା ଏକ କଣ୍ଟକିତ ପଥ
ପାଦରୁ ଝରିବ ଲହୁ,
ମୁଖେ ମାଖି ମିଥ୍ୟା ଆନନ୍ଦର ମୁଖା
ଓଠକୁ ଝରୁ ପ୍ରୀତି ମହୁ ।
ଏହା ହିଁ ନିୟତି ଖେଳ
ଜୀବନ ର ଏ ଜଞ୍ଜାଳ ।
