Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amita Rath

Others

2  

Amita Rath

Others

ନିୟତି ସହ ସାଲିସ - ୨

ନିୟତି ସହ ସାଲିସ - ୨

1 min
106


ସମୟ ପୂର୍ବରୁ 

ଫୁଲକୁ ଫୁଟିଯା ବୋଲି କହିବା

ନିରର୍ଥକ ନୁହେଁ ତ ଆଉ କ'ଣ ?

ପାଖୁଡ଼ା ମେଲିବାର ସମସ୍ତ ଉପାଦାନ 

ପ୍ରସ୍ତୁତ ହେବା ଆଗରୁ

କେମିତି ଫୁଟିବ ଯେ ଫୁଲ ?

ରାତି ଶେଷ ହେବା ପୂର୍ବରୁ

ସିନ୍ଦୂରା ଫାଟିବା କ'ଣ ସମ୍ଭବ ?

ଆକାଶ ଓ ଧରିତ୍ରୀ ର ମିଳନ ପରେ

 କଅଁଳିଆ ସୂର୍ଯ୍ୟ ଉଇଁବା ଯେମିତି

ମା ର ଗର୍ଭ ଫାଡ଼ି

ଶିଶୁ ଟିଏ ଜନ୍ମ ନେବା ସେମିତି।

ସ୍ୱପ୍ନ ଜୁଡ଼ୁବୁଡ଼ୁ ବିଭୋର ରାତିର ଇସାରାରେ

ଆସି ପାରିବକି ଅରୁଣିମା

ସମୟ ପୂର୍ବରୁ ?

ଫୁଲ ଫୁଟିବା ଅବା ଝଡ଼ିବାର

ପତ୍ର କ ଅଁଳିବା ଅବା ପତ୍ର ଝଡା଼ ହେବାର

ବେଳ କ'ଣ କାହା ହାତରେ ଅଛି ?

ସବୁ କିଛି ତ ବିଧି ନିର୍ଦ୍ଧାରିତ ଏଠି !

କାହିଁକି ତେବେ ବୁଝେନା ମନ

ପ୍ରୃଥିବୀ ବ୍ରୃତ୍ତର ଆରମ୍ଭ ଯେଉଁ ବିନ୍ଦୁରୁ

ଶେଷ ବି ସେଇ ବିନ୍ଦୁ ରେ

ସମସ୍ୟା ର ସ୍ରଷ୍ଟା ଯିଏ

ସମାଧାନ ବି ତ ତାହାରି ହାତରେ.......!


Rate this content
Log in