STORYMIRROR

Prasanna Kumar Madala

Others

3  

Prasanna Kumar Madala

Others

ନିୟତି ଏହାକୁ କହି

ନିୟତି ଏହାକୁ କହି

1 min
103

ନଭେ ଛଟପଟ ଶ୍ୟେନର ପଞ୍ଝାରେ 

କବଳିତ କ୍ରୂର ଅହି

ଖସେ ନିମିଷକେ   କାଳର କରାଳ   

ଅକ୍ତିଆରୁ ମୁକ୍ତ ରହି ll


ଜନାକୀର୍ଣ୍ଣ ପଥେ   ନିରୀହ ମଣିଷ

କର୍ତ୍ତବ୍ୟେ ଜଡ଼ିତ ଯହିଁ

ହୁଅନ୍ତେ ସ୍ଖଳିତ   ସ୍ବଭାବେ ଦଂଶଇ

ଆକ୍ରୋଶେ ଜିଗୀଷା ବହି ll


ମଣ୍ଡୂକ କ୍ରୀଡଇ ତହିଁ

ଜିହ୍ଵା ଲାଳସାରେ ଗିଳନ୍ତେ ତକ୍ଷଣେ

ବାଜ ଶୋଧାନଳେ ଦହି

ଅଶନି ପରାୟେ   ଉଡି ଆସି କାହୁଁ

ତୋଳିନିଏ ତ୍ୟାଜି ମହୀ

ନିୟତି ଏହାକୁ କହି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍