STORYMIRROR

Satyabati Swain

Others

3  

Satyabati Swain

Others

ନିଯୁକ୍ତି ପତ୍ର

ନିଯୁକ୍ତି ପତ୍ର

1 min
379


ହଁ ଠିକ୍ ମନେ ଅଛି

ସେଦିନ ରଜ ସଂକ୍ରାନ୍ତି ଥିଲା।


ଚିଠିଟିଏ ମୋ ନାଁ ରେ ଆସିଛି

ଡାକରେ !!


ଚିଠିଟି ଖୋଲି 

କିଛି କ୍ଷଣ ବାକ୍ ଶୁନ୍ୟ ହୋଇଗଲି।


ଓଃ !ସେ ଚିଠିରେ 

ମୋ ଜୀବନର୍ ଖୁସି ଯେ

ମୁଦା ହୋଇଥିଲା ମୁଁ କଣ ଜାଣିଥିଲି ! 


ଖୁସିରେ ଆତ୍ମହରା ହୋଇ

 ଚିଠିଟି ହାତରେ ଧରି ଡାକ ଛାଡ଼ିଲି 

 ମାଆ

,ଭାଇ 

ଭାଉଜ ,ସୁବୁ 

ଦେଖ ମୋ ହାତରେ ଖୁସିର ଚାବି।


କଣ ପାଗେଳି ପରି ହେଉଛ ?


ହଁ ଭାଉଜ ପାଗେଳି ହେବା କଥା ତ

ଗେସ୍ କର କଣଥିବ ଏ ଲଫାପା ଭିତରେ?

ହୁଁ କୁହ କୁହ ଭାଉଜ?


କଣ ଏତେ ସସପେନ୍ସ ରଖୁଛ

 କୁହ ମ୍ କଣ ଅଛି?


ହା ହା ଏହେ ହେ ହେ

ଏଇଟା

ଏଇଟା ମୋ ନିଯୁକ୍ତି ଆଦେଶନାମା

ମୋର ଚାକିରୀ ହୋଇ ଯାଇଛି

ହାଇ ସ୍କୁଲରେ ।


ଗରିବ ଘର ଝିଅଟିକୁ

ଚାକିରି ମିଳିଗଲେ କେମିତି ଲାଗେ

ଜାଣିଛ?

ନିଯୁକ୍ତି ପତ୍ରଟି

ସତେକି

ଆମ୍ଲଜାନ କମି ଯାଉଥିବା ହୃଦରେ

ସଂଜୀବନୀ ଭରୁଥିଲା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍