STORYMIRROR

ରୀକ୍ଷିରାମ ମେହେର

Children Stories Inspirational Others

2  

ରୀକ୍ଷିରାମ ମେହେର

Children Stories Inspirational Others

ନିଷ୍ଠା ହୁଅ ମା ବାପା ପାଇଁ

ନିଷ୍ଠା ହୁଅ ମା ବାପା ପାଇଁ

1 min
121


ମଣିଷ ଜୀବନ ସବୁ ଦିନ ସମାନତା ଥାଏ ନାହିଁ, ସଜଫୁଟା ଗୋଲାପ ଯେ ପରି ମଉଳି ଯାଏ ଠିକ ସେହି ପରି ଆମ ଜୀବନ, ଧୀରେ ଧୀରେ ବୟସର ପରିବର୍ତ୍ତନ ସହିତ ପରିବର୍ତ୍ତନ ହୁଏ,ଯାହା ସୃଷ୍ଟିର ପ୍ରକୁତି କହୁ ଆମେ।

     ସମୟ ର ଖେଳ ମା କୋଲରୁ ଜନ୍ମ ହେଇ ଆମେ ଧୀରେ ଧୀରେ ଶିଶୁ ରୁ କିଶୋର,କିଶୋର ଜଵାନ,ଜଵାନରୁ ବୃଦ୍ଧା ଅବସ୍ଥା କୁ ପଦାର୍ପଣ କରୁ।

    ଅନେ ସମୟରେ ଦେଖିବାକୁ ମିଳେ ବୃଦ୍ଧା ମା ବାପାଙ୍କୁ ପୁତ୍ର ସନ୍ତାନ ନିଜ ସ୍ୱାର୍ଥ ପାଇଁ ବୃଦ୍ଧା ଆଶ୍ରମରେ ଛାଡି ଦେଇ ଥାନ୍ତି,ସେମାନଙ୍କୁ ପୁଅ ବୋହୋ ଯତ୍ନ କରିବା ପାଇଁ କରନ୍ତି କୁଣ୍ଠାବୋଧ,ତଥାପି ସେହି ବୃଦ୍ଧା ମା ବାପା ଦୁଇ ଜଣ ବିନା ପ୍ରଭେଦରେ ଜିଵନ ଯାପନ କରନ୍ତି ବୃଦ୍ଧାଆଶ୍ରମରେ, ଯେ ହେତୁ ମା ବାପା ପବିତ୍ର ବନ୍ଧନ ରେ ନିଜକୁ ବାନ୍ଧି ହୋଇ ରହିଥାନ୍ତି ଜିଵନ ଜୀବନ ସାତ ଜନ୍ମ ପାଇଁ।

    ପ୍ରକୁତ ସତ କହିବାକୁ ଗଲେ ଆମେ ମା ବାପାଙ୍କୁ ବୃଦ୍ଧା ଆଶ୍ରମରେ ନ ଛାଡି ତାଙ୍କୁ ନିଜ ପାଖରେ ରଖି ସେବା ଯତ୍ନ କରି ସୁଖରେ ଦୁଃଖରେ ସବୁ ବେଳେ ଛାଇ ପରି ରହିବା ଦରକାର।

     ଆମେ ଯଦି ମା ବାପାଙ୍କୁ ଯେମିତି ରଖିବା,ଯତ୍ନ- କରିବା, ଶରଧା କରିବା, ଭଲ ପାଇବା ଦବା ଠିକ ସେହି ପରି,ଆମ କାର୍ଯ୍ୟ କୁ ନିରୀକ୍ଷଣ କରି ଆମ ପୁଅ ଝିଅ ମଧ୍ୟ, ଠିକ ସେହି ପରି ଆମ କୁ ଅନୁସରଣ କରି ଆଗକୁ ଆମରି ଯତ୍ନ ନେବେ ବୃଦ୍ଧା ସମୟରେ,କଥାରେ ଅଛି ଯେମିତି କର୍ମ ସେମିତି ଫଳ,ଏହି ପରି ଅନେକ ଉଧାହରଣ ପୁରାଣ ଠାରୁ ଉପନ୍ୟାସ ବହି ଯୁଗ ଯୁଗାନ୍ତକାରୀ ମାନେ ଲିପିବଦ୍ଧ କରି ଦେଇ ଯାଇଛନ୍ତି।

      

      ମୋ ଲେଖାରୁ ପଦୀଏ କବିତା

ଆସ ଆମେ ସମସ୍ତେ ମିଳିମିଶି ପଣ ରଖିବା

     ମା ବାପା ଙ୍କୁ ବୃଦ୍ଧା ଆଶ୍ରମରେ ନ ଛାଡିବା

ସୁଖରେ ଦୁଃଖରେ ସାଥି ହୋଇ ସେବା କରିବା

    ଜନ୍ମ ଧାତ୍ରୀ ମା ବାପାଙ୍କ ଆଶୀର୍ବାଦ ପାଇବା,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍