STORYMIRROR

SUKANTA KHANDA

Others

3  

SUKANTA KHANDA

Others

ନିଷ୍ଠା ଆଉ ଲକ୍ଷ୍ଯ

ନିଷ୍ଠା ଆଉ ଲକ୍ଷ୍ଯ

1 min
139


ସଭିଏଁ କହୁଛ କି ନିଷ୍ଠା ଓ ଲକ୍ଷ୍ଯ 

ଜୀବନର ଅସଲ ଚାବିକାଠି ହେବା ଉଚିତ୍।


ଯଦି ଏହା ହିଁ ସତ୍ଯ

ତେବେ ସଭିଏଁ ପ୍ରଧାନମନ୍ତ୍ରୀ ହୋଇଯିବେ 

ଅଥବା ରାଷ୍ଟ୍ରପତି,ନୁହେଁ?


ମୁଁ ତ କହିବି  

ଯଦି ସଭିଏଁ ଉଚ୍ଚ ପଦବୀରେ ବସିବେ

ନୀଚ୍ଚ ପଦବୀ ମଣ୍ଡନ କରିବ କିଏ?


ଅତଏବ ! 

ନିଷ୍ଠା ଓ ଲକ୍ଷ୍ଯ ଅବଶ୍ଯ କରଣୀୟ

ହେଲେ ସଫଳତା ଈଶ୍ବରଙ୍କ ହାତରେ

ଯିଏ କ୍ଷଣକେ ଆଲୁଅ,କ୍ଷଣକେ ଅନ୍ଧାର

କରିବାରେ କୁଆବୁଆ।


ଆଜ୍ଞା ! 

ଦେଖୁନ

ମୋର କର୍ମର ଏ ଫଳକୁ

ଭାବିଥିଲି ନିଷ୍ଠା ଓ ଲକ୍ଷ୍ଯରେ ଯାଉଛି

ହେଲେ ଭଣଭଣ ରୋଗ

ବସିବା,ଉଠିବା,ଖାଇବା ଅଥବା ପିଇବା

ଭୟଙ୍କର ବିଷଠୁ ବଳି

ନିତି ଘଡିଏ ମରୁଛି,ଘଡି଼ଏ ବଞ୍ଚୁଛି।


ତଥାପି ନିଷ୍ଠା ଓ ଲକ୍ଷ୍ଯରେ ଚାଲିଛି

କାଳେ ପାଇଯିବି ଅମୃତର ଟୋପେ

ପିଇଯିବି ଢକଢ଼କ

ଯେମିତି ଚାତକ ଅନେଇଥାଏ ବର୍ଷାକୁ।


ଏଠି ଶୁଷ୍କ ଡାଳ ଗଜ୍ଜୁରିବ

ଫୁଟି ଉଠିବ ଫୁଲ ଆଉ ଫଳ

ଛାଇ ହୋଇଯିବ ଏ ଧରାକୁ 

ଝଙ୍କାଳିଆ ବରଗଛ ପରି।


Rate this content
Log in