STORYMIRROR

linki barik

Others

3  

linki barik

Others

ନିଷିଦ୍ଧ

ନିଷିଦ୍ଧ

1 min
156

ଏ ନିଷିଦ୍ଧ ରାତିରେ ବିଗତ ସ୍ମୃତିରେ

ମୁଁ କାହିଁ ଏତେ ଆବଦ୍ଧ 

ସାରା ବିଶ୍ୱ ଯହିଁ ବେଶ୍ 

ଆରାମ ନିଦ୍ରାରେ ନିଦ୍ରାସକ୍ତ।।


କ୍ଳେଶେ ଆବଦ୍ଧ ମୁଁ

ଚିନ୍ତା ଚେତନାର କାମୁକ 

ଚାହେଁ ଯେତେ ନିଦ୍ରାକୁ

ପଡେନା ମୋ ଆଖି ପଲକ।।


ଘୁରି ବୁଲେ ଅମାନିଆ ମନ ମୋର

ଜନପଦ ସହର ସୁଦୂର ଦିଗବଳୟ 

ଚତୁର୍ଦିଗେ ନୟନର ଘୂର୍ଣ୍ଣବଳୟ

ମିଳେ ନାହିଁ ତୁମ ଝଲକ।।


ସାତରଙ୍ଗୀ ଇନ୍ଦ୍ରଧନୁ ଲାଗେ ଫିକା ଫିକା 

ସଳଖ ପଥଟି ଲାଗେ ଭାରି ଅଙ୍କାବଙ୍କା।।


କେବେ ସଫେଦ କାନଭାସରେ 

କେବେ ଶୁଭ୍ର ଲିପିପତ୍ରରେ

ଆଙ୍କେ ମୁଁ ତୁମ ପ୍ରତିଛବି 

କାଳେ ତୁମେ ଜୀବନ୍ତ ରୂପ ନେଇ

କହିବ ମୋ କାନେ କିଛି!!


ନିଷିଦ୍ଧ ସହରେ ନିଷିଦ୍ଧ ପ୍ରହରେ ନିଷିଦ୍ଧ ଚାନ୍ଦକୁ ମୁଁ ଚାହିଁରହେ 

ଏ ନିବାରିତ ସ୍ମୃତି ବି ତୁଚ୍ଛ କଳାକରେ କଳଙ୍କ ସୂଚାଏ।।


ଏ ନିଷିଦ୍ଧ ରାତିରେ ବିଗତ ସ୍ମୃତିରେ

ମୁଁ କାହିଁ ଏତେ ଆବଦ୍ଧ 

ସାରା ବିଶ୍ୱ ଯହିଁ ବେଶ୍ 

ଆରାମ ନିଦ୍ରାରେ ନିଦ୍ରାସକ୍ତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍