STORYMIRROR

Bunee Tripathy

Others

3  

Bunee Tripathy

Others

ନିଷିଦ୍ଧ ଇଲାକା

ନିଷିଦ୍ଧ ଇଲାକା

1 min
151

ଦେହରେ ଗେରୁଆ ବସ୍ତ୍ର

ହାତେ କମଣ୍ଡଳୁ ଧରି

କେଉଁ ଆଡେ ବାହାରିଛ

ତୁମେ ଟଣ ସଂସାର ତ୍ଯାଗ କରି

ଯାଉଅଛ ସେହି ନିଷିଦ୍ଧ ଇଲାକେ

କଣ ପାଇବ ତୁମେ

ବୋଧିଦୃମ ତଳେ ବସି

ଅନ୍ଯଏକ ବୋଧିସତ୍ୱ ହେବାପାଇଁ

କରୁଅଛ କି ଆପ୍ରାଣ ପ୍ରଚେଷ୍ଟା ।

ହେ ପଥିକ,

କାହିଁପାଇଁ ତୁମେ ବ୍ଯତିବ୍ଯସ୍ତ

ପଛରେ ତୁମର ସଂସାର

ସ୍ବାମୀ ସ୍ତ୍ରୀ ର ବନ୍ଧନ

ସବୁତୁମେ ଛିଣ୍ଡାଇ

କାହିଁକି ଯିବାକୁ ଚାହୁଁଛ

ସେ ଇଲାକାକୁ

ଯେଉଁଠି ହୁଅଇ ବାରଣ

ଆପଣାର ବି ହୋଇଯାଏ ପର

ସହିବାକୁ ହେବ ସେଠି

କଣ୍ଟାର ଆଘାତ

କ୍ଷତାକ୍ତ ହୋଇବ ତନୁ

ଭାଙ୍ଗିଯିବ ମନ

ଅଭିମନ୍ୟୁ ଚକ୍ରବୁହୋରେ

ପଶିଲା ପରି

ତୁ ପଶିଯିବୁ ସିନା

ହେଲେ ବାହାରିପାରିବୁ ନାହିଁ

ଏହି ନିଷିଦ୍ଧ ଅଞ୍ଚଳୁ।

ତୋ ଚାରିପଟେ ଥିବଖାଲି

ପ୍ରଶ୍ନିଳ ଚାହାଣି

ଉଠୁଥିବ ହଜାରେ ଆଙ୍ଗୁଠି

ଗୁରୁଗମ୍ଭିର ପ୍ରଶ୍ନରେ

ତୁ କେବଳ ଆହତ ହେବୁ।

ହେଲେ ଫରକ ପଡେନି

ହାରିଯିବୁ ଚିରଦିନ ପାଇଁ

ଭୁଲିଯିବୁ"ବୁଦ୍ଧ ଶରଣଂ ଗଚ୍ଛାମି

ହେ ସତ୍ଯର ସନ୍ତାନ

ଫେରିଆସ ତୁମେ

ତୁମ ପୃଥିବୀକୁ

"ନିଷିଦ୍ଧ ଇଲାକା" କହି

କରିବେନି ବାରଣ

ତୁମେ ବୁଲୁଥିବ ନିସ୍କଣ୍ଟକ ଭାବେ

ତୁମପାଇଁ ଥିବ ତ ଉନ୍ମକ୍ତ

ସବୁ ନିଷିଦ୍ଧ ଇଲାକା

ହେ ପଥଚାରୀ

ଫେରିଆସ ,ଫେରିଆସ

ତୁମ ଇଲାକାକୁ

ଏହି ଅଟେ ତୁମପାଇଁ ଶ୍ରେଷ୍ଠ ଇଲାକା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍