ନିଶ୍ଚେ ମନେ ରଖିବ
ନିଶ୍ଚେ ମନେ ରଖିବ
1 min
272
ଖାଇବି ବୁଲିବି ଡେଇଁବି ମଜାରେ
ମୋ ଭାରତ ମାଟିରେ
ମୋ ମାଟିରେ ଯିଏ ହାତ ଦେଇଦେବ
ଛୁରୀ ଭୁସିଦେବି ଛାତିରେ ।
ମାଟି ନୁହେଁ ସେ ମାଆଟି ମୋହର
ନାମଟି ଯାହାର ଭାରତ
ମାଆ ପାଇଁ ମୁହିଁ ସଂଘର୍ଷ କରିବି
ଥିବା ଯାଏଁ ଶେଷ ରକତ ।
ଚେଷ୍ଟା କରିବନି କେବେ ବି ଥରେ
ମୋ ମାଟିରେ ପାଦ ଦେବାକୁ
ଲୁପ୍ତ ହେଇଯିବ ଧ୍ୱଂସ ପାଇଯିବ
କିଏ ରଖିପାରିବନି ତୁମକୁ ।
ଚିହ୍ନ ହଜିଯିବ ପାଉଁଶ ହୋଇବ
ମାଟିରେ ମିଶିଯିବ
ମୋ ଭାରତ ଆଜି କଥା ଦେଉଛି
ମନରେ ନିଶ୍ଚେ ରଖିବ ।
