STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others

3  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ନିଶବ୍ଦ ବର୍ଷା

ନିଶବ୍ଦ ବର୍ଷା

1 min
13.5K


ବିଜୟଲକ୍ଷ୍ମୀ ପତ୍ରୀ


ନିଶବ୍ଦ ବର୍ଷାକୁ

କେବେ ଶୁଣିଛ,

କେବେ ଦେଖିଛ,

ବର୍ଷାର… ଅଭିଜା ମାଟିକୁ

ଗୁମୁରି ଗୁମୁରି,

ଅନବରତ ବରଷୁଥିବା… ବର୍ଷାକୁ,

ତା’ର ଶବ୍ଦକୁ

ତା’ର ଭିଜା ଭିଜା…

ସବୁଜ ଘାସ ଗାଲିଚାକୁ,

କେବେ ଦେଖିଛ (?)

କେବେ କାନଡ଼େରି ଶୁଣିଛ ?

ତା… ଲୁକ୍କାୟୀତ ଘଡ଼ଘଡ଼ିକୁ ?

ହଁ… କିଏ କେମିତି,

ଦେଖିବ କି ଶୁଣିବ,

ସଭିଁଏ ତ…

ମଉଜ ମଜଲିସ୍‌ର ବିନ୍ଦାସ୍ ବଙ୍ଗଳା ଭିତରେ ।

ପ୍ରକୃତିକୁ ମନଭରି ଦେଖିବାର ନିର୍ଘଣ୍ଟ,

ଅବା କାହା ନିକଟରେ ?

ଗୁମୁରି ବରଷୁଥିବା ବର୍ଷାକୁ…

ଅବା କାହା ନିଜର ??


ମୁଁ କିନ୍ତୁ ଭିଜିଛି,

ଏଇ ନିଶବ୍ଦ ବର୍ଷାରେ,

ବହୁ ଦିନ ପରେ ।

ଏଇ ବର୍ଷାରେ ତ ଭିଜି ହୁଏ,

ଭିଜି ହୁଏ ନିର୍ଭୟରେ ।

ଏ ବର୍ଷା… କଳାଘୁମର,

ଖଣ୍ଡ ଖଣ୍ଡ ବାଦଲ ରାତିର ନୁହେଁ,

ଏ… ପ୍ରୀତିଭରା ସ୍ମୃତିର,

ସ୍ମୃତିଭରା ଅତୀତ,

ଅତୀତ ଇତିହାସର,

ଇତିହାସର ସାଉଁଟା…

ସ୍ମୃତି ମୁଠାକର ।

ଇଏ… ନିଶବ୍ଦ ଗୁମୁରା ବର୍ଷା,

ନା ଏଠି ଦିଶିବ… ଭିଜା ମାଟି,

ନା ଶୁଭିବ… ଘଡ଼ଘଡ଼ି ଶବ୍ଦ

ନା ଏଠି ମାରିବ…

ଚକ୍ ଚକ୍ ବିଜୁଳି

ଇଏ ତ…

ନିଶବ୍ଦ ବର୍ଷା ।। ?


Rate this content
Log in