STORYMIRROR

Dr Jharana Satapathy

Others

3  

Dr Jharana Satapathy

Others

ନିଶା ମଂଗଳବାର

ନିଶା ମଂଗଳବାର

1 min
206

ଆଶ୍ଵିନ ମାସରେ ନିଶା ମଂଗଳ ବାର                  

ଭକ୍ତିରେ କରନ୍ତି ସର୍ବେ ମାଙ୍କୁ ଜୁହାର                   


ଧୂପ, ଦୀପ ସହ ବନ୍ଦାପନା କରି                        

ନୟନୁ ଝରାନ୍ତି ନୀର ମାଙ୍କୁ ଆଶ୍ରାକରି                   


ଶ୍ରୀ ଚରଣେ ତଳେ ଗୁହାରି କରନ୍ତି                    

କରୁଣା ମୟି ଗୋ ସାହା ହେବୁ ନିତି                     


ଏ ବିଶ୍ୱ ସଂସାରେ ତୋର ଅଟେ ଲିଳା                    

ଉଦ୍ଧାର କର ଜୟ ମା' ମଙ୍ଗଳା                         


ମାଆ ମଙ୍ଗଳାକୁ ପୂଜନ୍ତି  ସକଳେ                    

ହୁଳହୁଳି ଦେଇ ଡାକନ୍ତି ଆକୁଳେ                      


ପୂଜାପାଠ କରି ବୋଲୁଥାନ୍ତି ସ୍ତୁତି                          

କରନ୍ତି ସମସ୍ତେ ବିଶ୍ୱାସ ସହ ଭକ୍ତି  


ତତେ ନ ସୁମରି ଧନେଶ୍ବରର ପଡିଲା ବିପତ୍ତି      

ହରାଇଲା ସେ ତାର ସର୍ବଶ୍ବ ସମ୍ପତି 


ଶ୍ରୀଧରକୁ କେଡେ ବିପତ୍ତିରୁ ରକ୍ଷା କଲୁ    

ଖୁଲଣାର ଦୁଃଖ ମାନ ଦୂରିତ ନେଲୁ       


ମୁଁ ତୋର ଅଟେ ସେହି ଅଧମ ସନ୍ତାନ            

ତୋ ଚରଣ ତଳେ ଅଳି କରେ ସବୁଦିନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍