ନିରୁତ୍ତର ପ୍ରଶ୍ନ
ନିରୁତ୍ତର ପ୍ରଶ୍ନ
ପିଠିପଛ ଆଡେ ଆଣ୍ଠୁ ସନ୍ଧିରେ
ମୁହଁଗେଂଜି ବସିଛି ଅଦ୍ଭୁତ ପ୍ରଶ୍ନ
ସାଥିରେ ନେଇ ସାଥି ସହୋଦର
କେତେବେଳେ ଛଳଛଳ
ପୁଣି କେବେ ଖୁବ କଠିନ
ପଚାରୁଥାଏ ବାରମ୍ବାର
ଜୀଵନ ଚିଜ ଟି କଣ
ସୃଷ୍ଟି ର ଆରମ୍ଭରୁ
ଅଦ୍ୟାବଧି
ଦିନ ମାସ ବର୍ଷ
ଆଉ ତାପରେ
ଦଶନ୍ଧି ଶତାବ୍ଦ
ସବୁ ଚାଲିଯାଏ
ସମୟର ଅନୁକୂଳ ଗତିରେ l
କିଂତୁ ସମାଧାନ
ଆଜି ବି ଏକ ଅସମାହିତ ଶୂନ୍ୟସ୍ଥାନ
ପ୍ରଶ୍ନ ଭିତରେ ପ୍ରଶ୍ନ
ଜୀବନକୁ କିଏ ଯେ ବୁଝିଛି ଯେ ବୁଝିବ
ତେଣୁ
ଯେତେ ସବୁ ସମାଧାନର ସୂତ୍ର
ଜ୍ୟାମିତି ପରିମିତି
ସବୁ କାଟ ଖାଏ ଜୀବନ ଆଗେ l
ଜୀବନ ଟା କେତେବେଳେ
ବୁଢିଆଣୀର ଅଡୁଆ ଜାଲ ତ
ଆଉ ବେଳେ ଶୀତ ସକାଳର
ସ୍ୱପ୍ନିଳ କୁହୁଡି
ଅବା ଉତପ୍ତ ମାଧ୍ୟାର୍ଣ୍ଣର
ଜଳନ୍ତା ଉଦ୍ଦୀରଣ
ପୁଣି ଅରପଟେ
ପରୀକ୍ଷାରେ ଭରପୁର
ସୁର ଛିଡ଼ୁ ନଥିବା
କରୁଣା ରାଗ ଟିଏ l
ଜୀବନ ପ୍ରଶ୍ନ ଥିଲା
ରହିବ ଯୁଗରୁ ଯୁଗାନ୍ତ ଯାଏ
ଆରମ୍ଭରୁ ଶେଷ ଯାଏ
ଅ ରୁ କ୍ଷ ଯାଏ
ଏକ ଅସମାହିତ ପ୍ରଶ୍ନ ଟିଏ l
