STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ନିରୁର୍ଦ୍ଦିଷ୍ଟ

ନିରୁର୍ଦ୍ଦିଷ୍ଟ

1 min
104


ନିରୁର୍ଦ୍ଦିଷ୍ଟ ମୋର ଅତୀତ ଭବିଷ୍ୟ

ନିରୁର୍ଦ୍ଦିଷ୍ଟ ବର୍ତ୍ତମାନ 

ନିରୁର୍ଦ୍ଦିଷ୍ଟ ମୋର ସ୍ବପ୍ନ ବାଲିଘର

ସୁରଭିତ ପିଲାଦିନ ।।  

  

ନିରୁର୍ଦ୍ଦିଷ୍ଟ ମୋର ବୟସର ରଙ୍ଗ

ସମ୍ପର୍କର ସାତସୁର

ନିରୁର୍ଦ୍ଦିଷ୍ଟ ମୋର ଜୀବନ ଜିଜ୍ଞାସା 

ବିଶ୍ବାସର ଯେତେ ସ୍ତର  ।।


ନିରୁର୍ଦ୍ଦିଷ୍ଟ ଯେତେ ସମୟର ଖେଳ

କେବେ ହସ କେବେ ଲୁହ

ନିରୁର୍ଦ୍ଦିଷ୍ଟ ମୋର ସୁଖ ଓ ସୌଭାଗ୍ଯ 

ଉଙ୍କିମାରେ ଯାହା କୋହ  ।।


ନିରୁର୍ଦ୍ଦିଷ୍ଟ ମୋର ସବୁଜ ପୃଥିବୀ 

ଜହ୍ନ ତାରା ଗ୍ରହପୁଂଜ

ନିରୁର୍ଦ୍ଦିଷ୍ଟ ମୋର ସୁନେଲି ସକାଳ

ନଇଁ ନଇଁ ଆସେ ସଞ୍ଜ  ।।


ନିରୁର୍ଦ୍ଦିଷ୍ଟ ମୋର ଗୋଲାପୀ ଫଗୁଣ 

ପ୍ରୀତିଭରା ମଧୁମାସ 

ନିରୁର୍ଦ୍ଦିଷ୍ଟ ଲାଗେ ବସନ୍ତ ମଳୟ 

ମଧୁଝରା ସ୍ନିଗ୍ଧ ବାସ  ।।


ନିରୁର୍ଦ୍ଦିଷ୍ଟ ମୋର ସତେଜ ନିଶ୍ବାସ 

ଝଲମଲ ଚିତ୍ରପଟ

ନିରୁର୍ଦ୍ଦିଷ୍ଟ ମୋର ଯେତେ କୋଳାହଳ

ସାଧନାର ଚଲାବାଟ ।।


ନିରୁର୍ଦ୍ଦିଷ୍ଟ ମୋର ମନ ପ୍ରାଣ ଦେହ

ସତ୍ୟ ଅସତ୍ୟର ପଥ

ବିସ୍ମୟର ଯେତେ ବିସ୍ତାରିତ ଦିଗ

ନିରୁର୍ଦ୍ଦିଷ୍ଟ ପୁଣ୍ୟତୀର୍ଥ ।। 


ନିରୁର୍ଦ୍ଦିଷ୍ଟ ଲାଗେ ସୃଷ୍ଟିର ନିୟମ 

ପାପ ଓ ପୁଣ୍ୟର ସ୍ବର

ନୀଡ ଭାଙ୍ଗିଯାଏ ପକ୍ଷୀ ଉଡିଯାଏ

ନିରୁର୍ଦ୍ଦିଷ୍ଟ ନିରନ୍ତର ।।


ଧ୍ବଂସ ଓ ସୃଷ୍ଟିର ମହାସଙ୍ଗମରେ

ନିରୁର୍ଦ୍ଦିଷ୍ଟ ମୋର ସତ୍ତା

ନିଜକୁ ହଜାଇ ଖୋଜେ ମୁଁ ଅନ୍ଧାରେ 

ଚୂନା ଚୂନା ଆତ୍ମୀୟତା  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍