STORYMIRROR

T.Durga Prasad Rao

Others

5.0  

T.Durga Prasad Rao

Others

ନିରୁଦ୍ଦିଷ୍ଟ

ନିରୁଦ୍ଦିଷ୍ଟ

1 min
5.9K



ନିମିଳିତ ନୟନପତାରେ

ନିରନ୍ଵୟ କିଛି ସ୍ଵପ୍ନ ଅବା ସ୍ମୃତି

ଭାସମାନ ମେଘଖଣ୍ଡ ସମ ବଦଳିଯାଏ

ନିମିଷକେ ତାର ଆକାର ଆକୃତି।

ଝାପ୍ସା ଝାପ୍ସା କୁହୁଡ଼ି ଆଚ୍ଛନ୍ନ

ତମସାମୟ ରାତ୍ରିର ନିଦୁଆ ଶେଯରେ

ମୁକ୍ତାକାଶର ଟିମ୍ ଟିମ୍ ତାରାର

ରୁଗ୍ଣ ନିଷ୍ପ୍ରଭ ଆଖି ମିଟିକାରେ

ଆହତ ସ୍ଵପ୍ନସବୁ ଖୋଜେ ଆଶ୍ୱାସନା

ସ୍ମୃତିର ପାଉଁଶ ତଳୁ।


ସ୍ମୃତି କିନ୍ତୁ ଆଜି ବିସ୍ମୃତ ପଥରେ

ସବୁ କିଛି ଅସ୍ପଷ୍ଟ ଅସ୍ପଷ୍ଟ

ସମୟର ଶିରାଳ ହସ୍ତର ଅଙ୍ଗୁଳି ଫାଙ୍କରୁ ଖସି

ସ୍ଵପ୍ନର ଶାମୁକା ସବୁ ନିରୁଦ୍ଧିଷ୍ଟ

ଅତଳ ସାଗରେ ପୁଣି ଥରେ ଲମ୍ଫ ଦେଇ

ଗୋଟି ଗୋଟି ଶାମୁକା ଗର୍ଭକୁ ଚିରି

ମୁକ୍ତାର ଅନ୍ଵେଷା!!!

ନିରୁତ୍ସାହ ଲାଗେ କ୍ଳାନ୍ତ ଅବଶ ଅଙ୍ଗ ଧରି।

ତା ପାଇଁ ଅନୁଶୋଚନା ପୁଣି ଯେ କାହିଁକି

ନିରୁଦ୍ଦିଷ୍ଟ ଯାହା କେଉଁ କାଳୁ?

ଟି.ଦୁର୍ଗା ପ୍ରସାଦ ରାଓ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍