ନିରୋଳା ନୀରବ
ନିରୋଳା ନୀରବ
ଯଦି କଇଁକୁ ଦେଖିବାକୁ
ଚନ୍ଦ୍ରର ପାପ
ମୁଁ ଏମିତି ପାପ
ଖୁସି ହେବି ଖୁବ୍ କରିବାକୁ
କୁହୁଡିର ଲୁହ ହୋଇ
ଶିଶିର ବିନ୍ଦୁରେ
ଛୁଇଁବାକୁ ଚାହେଁ ପୃଥିବୀକୁ
ଏ ସକାଳରେ
ଏ ବେଳାରେ
ବାରମ୍ବାର ଦାବି ଏ ନେଇ
ମନର ଭାବନାରେ
ଯେତକ ଆଉଟା ପାଉଟ ମନଟା
ଖୁବ୍ ଭିଜୁଥାଏ
ଖୋଜୁଥାଏ ନିଜେ ନିଜକୁ ନେଇ
ହାଲିଆ ମନ ଭିତରେ ମୋ
ଜୀବନ ଜୁଆରରେ
ଭାବିନିଏ ଏ ମୋର
ଜୀବନ ମୋ ନିବିଡ ସଜ୍ଞାର
ଜୀବନଟା ଦେଖାହୁଏ ବାରମ୍ବାର
ରାତିରେ ତାତିରେ ରାସ୍ତାକଡରେ
କଡ ଲେଉଟାଏ ଜୀବନ
ବଡ ଦ୍ଵନ୍ଦରେ ଧୀରେ ଧୀରେ
ଆଖିରେ ଭରେ ସେ ସପନ
କେବେ ଆବେଗରେ କିଛି ମିଛରେ
ମୁଁ ସବୁଦିନେ ଦେଖିବାକୁ ମୋତେ
ଶାନ୍ତ ପ୍ରେମର ନିରୋଳା ନୀରବରେ
ମିଶିଯାଏ ଜୀବନ ଥରେ ଅଧେ
ନିକାଞ୍ଚନ ଅକିଞ୍ଚିତରେ
ଅବଶୋଷର କିଛିଟା ଛିଟକା
ଛିଟିକି ପଡେ ନିଜ ଆକାଶରେ
ମୋ ଜୀବନ ଖିଲିଖିଲି ହସେ
କିଛି ପାଇଥିବା ପରିତୃପ୍ତିର
କିଛି ଭାବ ସମର୍ପଣ ସମ୍ପର୍କର
ସମୟର ସମୁଦ୍ରରେ ଶାମୁକାଟିଏ
ମୋତି ମାଣିକ ନାୟିକାର ରୁପାନ୍ତରିତ ଏ
ମୁଁ ମୋସହ ଯେବେ ଦେଖିବାକୁ ଯାଏ
ଜୀବନର ରଂଗ ରାଗର
ସୁରରେ ଭିଜି ଖୁସିହୁଏନି ମୋର
