STORYMIRROR

Sudhanjali Mishra

Others

3  

Sudhanjali Mishra

Others

ନିର୍ଣ୍ଣୟ

ନିର୍ଣ୍ଣୟ

1 min
367

ଜୀବନ ନାଟକ ରଙ୍ଗମଞ୍ଚ ପରେ

ଆମେ ଜଣେ ଧନୁର୍ଦ୍ଧର

ଜୀବନ ଯୁଦ୍ଧରେ ସୁଦୃଢେ ଲଢିଲେ

ନିର୍ଣ୍ଣୟ ହେବ କର୍ମର ....।


ଜୀବନର ଲକ୍ଷ୍ୟ ସ୍ଥିରକରେ ମନ

କର୍ମକୁ କରି ସାରଥୀ

ସେଥିପାଇଁ ନର ସୁକର୍ମ ପଥର

ସାଧନାରେ ହେଉ ବ୍ରତୀ.......।


ଜୀବନରେ ସେବା ଅଟେ ଶ୍ରେଷ୍ଠ କର୍ମ

ମନକୁ ଦିଅଇ ଶାନ୍ତି

ଜ୍ଞାନର ଧନୁରେ ସଂଯମତା ତୀର

ଭରିଦିଏ ମନେ ଶକ୍ତି .......।


ଧନୁର୍ଦ୍ଧର ବୀର କରେ ଲକ୍ଷ୍ୟଭେଦ

ମିଳିଲେ ବିଭୁ ଆଶିଷ

ଆସୁଯେତେ ବାଧା ଜୀବନ ଯୁଦ୍ଧରେ

ସ୍ଥିତପ୍ରଜ୍ଞ ସେ ମଣିଷ ........।


ହୁଅଇ ବିଜୟୀ ଜିଣିପାରେ ମହୀ

ନଥାଏ କାହାକୁ ଭୟ

ସମାଜେ ଅଗ୍ରଣୀ ଯୋଦ୍ଧାଟିଏ ସିଏ

ତା'ନାମ ଚିର ଅକ୍ଷୟ .....।


        


Rate this content
Log in