ନିର୍ଣ୍ଣୟ
ନିର୍ଣ୍ଣୟ
1 min
366
ଜୀବନ ନାଟକ ରଙ୍ଗମଞ୍ଚ ପରେ
ଆମେ ଜଣେ ଧନୁର୍ଦ୍ଧର
ଜୀବନ ଯୁଦ୍ଧରେ ସୁଦୃଢେ ଲଢିଲେ
ନିର୍ଣ୍ଣୟ ହେବ କର୍ମର ....।
ଜୀବନର ଲକ୍ଷ୍ୟ ସ୍ଥିରକରେ ମନ
କର୍ମକୁ କରି ସାରଥୀ
ସେଥିପାଇଁ ନର ସୁକର୍ମ ପଥର
ସାଧନାରେ ହେଉ ବ୍ରତୀ.......।
ଜୀବନରେ ସେବା ଅଟେ ଶ୍ରେଷ୍ଠ କର୍ମ
ମନକୁ ଦିଅଇ ଶାନ୍ତି
ଜ୍ଞାନର ଧନୁରେ ସଂଯମତା ତୀର
ଭରିଦିଏ ମନେ ଶକ୍ତି .......।
ଧନୁର୍ଦ୍ଧର ବୀର କରେ ଲକ୍ଷ୍ୟଭେଦ
ମିଳିଲେ ବିଭୁ ଆଶିଷ
ଆସୁଯେତେ ବାଧା ଜୀବନ ଯୁଦ୍ଧରେ
ସ୍ଥିତପ୍ରଜ୍ଞ ସେ ମଣିଷ ........।
ହୁଅଇ ବିଜୟୀ ଜିଣିପାରେ ମହୀ
ନଥାଏ କାହାକୁ ଭୟ
ସମାଜେ ଅଗ୍ରଣୀ ଯୋଦ୍ଧାଟିଏ ସିଏ
ତା'ନାମ ଚିର ଅକ୍ଷୟ .....।
