STORYMIRROR

Eli Mohanty

Others

3  

Eli Mohanty

Others

ନିର୍ମାଣ:

ନିର୍ମାଣ:

1 min
13.7K



ହୁଏତ ସେମିତି କିଛି ବିଲକୁଲ ଘଟିବାର ନଥିଲା ,

ସେମାନେ ଭାବୁଥିଲେ

ଏବଂ

ନିଜକୁ ଧାଡିରେ ବାନ୍ଧି ରଖିବା ଚେଷ୍ଟାରେ କ୍ଲାନ୍ତ ହେଇ ପଡୁଥିଲେ ।

ସବା ଶେଷ ଜଣକ ଧାଡିରେ ଛାଡି ଯାଇଥିଲା ତା ଓଢଣୀ।

ଯଦିଓ ବିନା ଓଢଣୀରେ ତା ମୁହଁ ବେଖାପ ଲାଗୁଥିବା କଥା ସେ ଅନୁମାନ କରୁଥିଲା

ତଥାପି ସେ ନିରୁପାୟ....

କାନ୍ଦ କାନ୍ଦ.....

ଅଚାନକ ଟୁକୁଡା ଟୁକୁଡା ଭୂଖଣ୍ଡରେ ନିଜର ସ୍ଥିତି ଧାରଣ କରିବାକୁ ଆପ୍ରାଣ ଚେଷ୍ଟା ଭିତରେ କେହି କେହି ଖୋଜୁଥିଲେ

ସେମାନଂକ ଆତ୍ମୀୟ ଓ ପଡୋଶୀଂକୁ।

କିଏ ଗୋଡ ହରେଇଥିଲା,

କିଏ ଫାଳେ ଦେହ ହରେଇ ଛଟପଟ

କେହି କେହି ହରେଇଥିଲେ ସେମାନଂକ ପଗଡି,ବାଡି, ଓ

ଅଳଂକାର....

ଟିକକ ଆଗରୁ ଅନ୍ଧ ହେବା ପରେ ନିଜକୁ ଖୋଜିବା ପରି

ସେମାନେ ଖୋଜୁଥିଲେ ନିଜ ପରିଚୟ....

କାହା ହାତରେ ବାଡି ଧରେଇ, କାହା ମଥାରେ ଶିରପା ବାନ୍ଧି,

କାହାକୁ ବସାଇ, ଶୁଆଇ, ଠିଆ କରେଇ,,

କେହି ଜଣେ ଉଚ୍ଚାରଣ ଟିଏ ତିଆରୁଥିଲା ପ୍ରେମର...

ଏକତାର ଉଚ୍ଚାରଣଟିଏ ତିଆରି କରିବା ଜମା ସହଜ ନଥିଲା...

ଭଙ୍ଗା ଗଢା ଭିତରେ କେତେ ଥର କାହାକୁ ତଡାଗଲା

କାହା ମୁହଁ କଳା ହେଲା

କିଏ ଉପରକୁ ଉଠିଲା

କିଏ ପୁଣି ତଳକୁ ଖସିଲା......

ବଦଳି ଯାଉଥିଲା ଋତୁ....

ବଦଳୁଥିଲା ଉଚ୍ଚାରଣର ଲମ୍ବ, ଓସାର....

ଶେଷରେ...

ସେଇଆ ହିଁ ଘଟିଲା

ଯାହା ବିଲକୁଲ ନୂଆ ନଥିଲା...

ହତାସ ହାତ ଯୋଡିକ ଖୁବ ନିର୍ମମ ଭାବେ

ଟୁକୁଡା ଟୁକୁଡା କରି ଉଡେଇଦେଲା

ତା' ଅଧାଲେଖା ପ୍ରେମ ପତ୍ର.......!!

ବିଭକ୍ତ ପୃଥିବୀରୁ ନଷ୍ଟ ପ୍ରେମ ପରି ଝଡିପଡିଲେ

ଚିରା ଚିଠିର ଭଙ୍ଗା ଭଙ୍ଗା ଅକ୍ଷର ସବୁ

କିଛି ଗୋଟେ ଗଢା ହେବା ପାଇଁ

କାହା ବଳିଦାନ କାହିଁକି ଜରୁରୀ ହୁଏ କେଜାଣି,

ସେ ଅକ୍ଷରଟିଏ ହେଇଥିଲେ ବି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍