STORYMIRROR

MADHU MITA

Others

3  

MADHU MITA

Others

ନିର୍ମାଣ

ନିର୍ମାଣ

1 min
150


ଗୋଟେ ପରେ ଗୋଟେ ଇଟାକୁ ରଖିଲି

କାହିଁ ଘର ତିଆରି ହୋଇ ପାରିଲାନି !!

ଲୋକେ କହିଲେମଝିରେ ସିମେଣ୍ଟ ଦେଇନ !!

ତେଣୁ ଘର ତୁମେ କରି ପାରିଲନି !!


ଇଟା ସହ ସିମେଣ୍ଟ ବି ଦେଲି

ମଜବୁତ କରି ଗଢି ଦେଇ ଗଲି

ତଥାପି ଘର ହୋଇ ପାରିଲାନି

କହିଲେ କାହିଁ ଲୁହା ଛଡ଼ ତ ଦେଲନି !!


ପୁଣି ଥରେ ତିଆରି କଲି

ମଜବୁତ କରିଲୁହ ଇଟା ସିମେଣ୍ଟ ଦେଲି

ତଥାପି କାହିଁକି ଘର ହେଇ ପାରିଲାନି

କହିଲେବୋଧେ ଛାତ ଟା ଠିକ୍ ହେଇନି !!


କାନ୍ଥ କରି ଦେଲିଛାତ ବି ତ କରିଲି

ମୂଳଦୁଆ ଅତି ସୁଦୃଢ କରିଲି

ଯାବତୀୟ ବସ୍ତୁ ଆଣି ବି ସଜେଇଲି

ତଥାପିକାହିଁ ଘର ତ ହେଇ ପାରିଲାନି ?


ହସିଲେ ସେକହିଲେ

ଏ ତ ତୁମେ ମହଲ କରୁଛ

ଘର ନାମରେ ବହୁତ ବଡ଼ ନିର୍ମାଣ କରୁଛ

ମିଥ୍ୟା ପଛରେ ସତ୍ୟ ଶ୍ରମକୁ ସାରୁଛ !!


ଘର ହୁଏ ନାହିଁ ନିର୍ଜୀବ ବସ୍ତୁରେ

ତିଆରି ହୁଏନି କେବେଏପରି ଚେଷ୍ଟାରେ

ଆତ୍ମା ହୃଦୟ ଦେଇ ତୋଳି ଦିଅ ଘର

ଦେଖସଫଳ ନିଶ୍ଚୟ ତୁମେହେବ ଏଇଥର!!


ମୂଳରେ ଦେଲି ମୁଁ ବିଶ୍ୱାସର ମାଟି

ପ୍ରେମ ଇଟା ସହ ସ୍ନେହ ସିମେଣ୍ଟକୁ ଘାଣ୍ଟି

ଲୁହା ଛଡ଼ କଲି ଆତ୍ମୀୟତା ଭରି

ଛାତ ମୁଁ ତୋଳିଲି ସହିଷ୍ଟନୂତା ଆଧାର କରି!!


ହୋଇଗଲା ଘର ଅତି ମଜବୁତ ହୋଇ

ମନ ମନ୍ଦିର କଲି ବିଭୁକୃପାକୁ ବସେଇ

ଦୀପ ଲଗେଇ ଦେଇ ଆତ୍ମ ସମର୍ପଣର

ଗୃହ ପ୍ରବେଶ କଲି ମୁଁପୂଜି ତୁମ ପୟର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍