STORYMIRROR

Biswanath Nayak

Others

3  

Biswanath Nayak

Others

ନିରବତା ----------

ନିରବତା ----------

1 min
269


ତୁମ ନିରବତା

ଅଲେଖା କବିତା

ହୃଦୟେ ସାଇତା ରହିଛି,

ଚାହିଁଲେବି ଆଜି

ପଢି ମୁଁ ପାରୁନି

ଆଖିଲୁହ ଦାଉ ସାଧୁଛି। 

ପଢିପାରିଥାନ୍ତି

ଯଦି ତୁମ ଭାଷା

ମୋ ଆଖିଲୁହକୁ

ମିଳିଥାନ୍ତା ଦିଶା

କରି ସେ ନଥାନ୍ତା

ଆଜି ଲୋକହସା

ଆଖି ମୋର ସାକ୍ଷୀ ରହିଛି। 

ନିରବତା ଏତେ

କଥା କହେ ବୋଲି

ଜୀବନରେ ଆଜି

ପ୍ରଥମେ ଜାଣିଲି

ବୁଝିବା ପାଇଁକି

ଯେତେ ଚେଷ୍ଟା କଲେ

ସେତେ ମୁଁ ଅବୁଝା ହେଉଛି। 

ତୁମ ନିରବତା

ଜଟିଳ କବିତା

ସହଜରେ ଏତେ

ବୁଝିହୁଏନା ତା

ଅନ୍ୟ କାହାରିକୁ

ମାନେ ପଚାରନ୍ତି

ଲାଜ ମୋ ବାଟ ଓଗାଳୁଛି। 

ସୁନୀଳ ସାଗର

ତାର ନିରବତା

ଭିତରେ ବୁଡିଲେ

ମିଳେତ ମୁକୁତା,

ତୁମ ନିରବତା

ଭିତରେ ବୁଡିଲେ

ଲୁହର ମୁକୁତା ମିଳୁଛି। 

ତୁମ ସରଳତା

ଆଉ ସୁନ୍ଦରତା

ଭିତରେ କେଉଁଠି

ଥିଲା ନିରବତା

ପାଇବା ପାଇଁକି

ତୁମଠୁ ଉତ୍ତର

ମୋ ଲୁହ ଅପେକ୍ଷା କରିଛି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍