STORYMIRROR

Sahil Kumar Das

Others

3  

Sahil Kumar Das

Others

ନିର୍ବାଣ ସ୍ଥାନ

ନିର୍ବାଣ ସ୍ଥାନ

1 min
189


ଅନନ୍ତ ଅନିଳ ନୀଳଚକ୍ରଧର

ବେଦାନ୍ତ ନିଃସୃତ ଆଦ୍ୟ ଓଁକାର |


ପାପ ପୁଣ୍ୟ ହୀନ ପରମ ସ୍ୱରୂପ

କୁରୁକ୍ଷେତ୍ରେ ଧରି ମହା ବିଶ୍ଵରୂପ |


ଭକ୍ତ ମନ ଜାଣି ଭକ୍ତ ବତ୍ସଳ

ଦେଖାଇଲା ନିର୍ବିକାର ମଣ୍ଡଳ |


ପାର୍ଥିବ ପାର୍ଥ ନାମେ ଅର୍ଜୁନ

କଲା ସେ ବିଶ୍ୱ ରୂପ ଦର୍ଶନ |


ଅସଂଖ୍ୟ ଗଗନ କୋଟିଏ ଧରା

ସର୍ବତ୍ର ତା ସତ୍ତା ରହିଛି ପରା |


ଅନ୍ତରୀକ୍ଷ ଠାରୁ ଦୂରରେ ଠାବ

ଯେଉଁଠି ଓଁକାର ହୁଅଇ ନାଦ |


ଶବ୍ଦ ବ୍ରହ୍ମ ସାଜି ଭେଦେ ଯେସନ

ତାହା ଭାବଗ୍ରାହୀ ନିର୍ବାଣ ସ୍ଥାନ |


ବୁଝେଇ ଏମନ୍ତ ଅର୍ଜୁନ ଚିତ୍ତ

କଲା ନିଜ ବିଶ୍ୱ ରୂପ ସମାପ୍ତ |



Rate this content
Log in