STORYMIRROR

pratap nayak

Others

3  

pratap nayak

Others

ନିରବ

ନିରବ

1 min
13.8K



ପ୍ରତାପ ନାୟକ

୭୦୦୮୦୫୪୨୮୨

ଅର୍ଦ୍ଧନଗ୍ନ ବୟସର କାୟାକଳ୍ପ

ଶୋଇଛି ଯେ ଶୋଇଛି

ତୂଳିତଳ୍ପ ଶେଜରେ....

ବଖାଣିବ ମାୟାମିରିଗର ରୂପ

ଆସିବ ଅସୁରର ଲମ୍ବା ଲମ୍ବା ଦନ୍ତ ପଂକ୍ତି

ପୁଣି ବିଭତ୍ସ ମଲା ବେଳର ଦୃଶ୍ୟ.....


ମେଖଳା ସଜେଇ ରୂପସୀ

ମେଲିଛି ତନୁମନ ହୃଦରୁ ଆତ୍ମାକୁ

ବୀରବେଶେ ଆସିବେ ନୃପତି

ପୁରିବ ମନସ୍କାମ ତାର.....


ହାୟ

ଅପଲକ ନୟନ

ଅପେକ୍ଷାରେ ଅପେକ୍ଷାରେ....

ଶୂଳିର ଲୁହା କଣ୍ଟା ସଜ ହେଇ ହସେ

ହସ ପୁଣି ନିରବେ ନିରବି ଯାଏ

କାହୁଁ ଆସେ ନାହିଁ

ଆସିବାର ବେଳ ସରିଯାଏ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍