STORYMIRROR

PRASANNA KUMAR NAYAK

Others

3  

PRASANNA KUMAR NAYAK

Others

ନିରବ ସାମର୍ଥ୍ୟ

ନିରବ ସାମର୍ଥ୍ୟ

1 min
183

ନୀରବ ସାମର୍ଥ୍ୟ

ଯେଉଁଠି ସ୍ୱାଭିମାନ ଆଉ ଅଭିମାନ

ଅଭିଶପ୍ତ,ଅସହାୟ

ମାନବିକତାର ମନ୍ଦିର

ସେଠି ଆତ୍ମହରା,ଅଭିଲୁପ୍ତ ପ୍ରାୟ ।

ସୃଷ୍ଟି ହେଇଛି ନିଃସ୍ୱର୍ଗ

ଶୂନ୍ୟତାର ସମ୍ପର୍କରେ ପୂର୍ଣ୍ଣତା ଅାଣି

ମଶାଣି ଫୁଲର ବାସ୍ନା

ମଉଳି ଉଠିଲେବି ଚାରିଆଡେ

ଆକର୍ଷିତ କରିପାରିନି କାହାକୁ

କେବଳ ରଙ୍ଗୀନ ପ୍ରଜାପତିକୁ ଛାଡି ।


ସେହି ଅପନ୍ତରା ଅଲୋଡା ସ୍ଥାନରେ

ଗଢିଉଠିଛି ଉଚ୍ଚ ଅଟ୍ଟାଳିକା

ମନଲୋଭା କାହାଣୀର

ବାସ୍ତବତାର ଛାପକୁ ଜାବୁଡି

ଚିହିଁକି ଉଠିଛି ଭବିଷ୍ୟତର ସ୍ୱପ୍ନ

ଅତୀତର ହଜିଯାଇଥିବା ଓ

ବର୍ତ୍ତମାନର ନୀରବ ସାମର୍ଥ୍ୟକୁ

ସତେ ଅବା ପୁରଣ କରିବାକୁ

ତଥାପି,ମଣିଷ ଏବେ

ନିର୍ବିକାର ସବୁ ସହିଯାଇ ।



Rate this content
Log in