STORYMIRROR

Shubhra Suchitra Mahanta

Others

3  

Shubhra Suchitra Mahanta

Others

ନିରବ ଝଡ଼

ନିରବ ଝଡ଼

1 min
280

ନିରବ ଝଡ଼ଟେ ଆସିଥିଲା କାଲି

ଛାରଖାର କରି ଦେଇଗଲା

ସୁନାର ସଂସାର..... 


ଖିଲି ଖିଲି ସବୁ ଚେହେରାଗୁଡିକୁ 

ଅବସାଦରେ ଭରି ଦେଲା 

ଝଡ କେଇ ମୁହୂର୍ତ୍ତର.... 


ବିଶ୍ଵାସର ନଦୀ ବହି ଚାଲିଥିଲା 

ହଠାତ୍ ମିଶି ଗଲା 

ବିଷ ଅବିଶ୍ୱାସର..... 


ବନ୍ଧନ ଭାଙ୍ଗି ଚୁରମାର ହେଲା 

ଅଚିହ୍ନା ହୋଇ ଗଲା 

ସମ୍ପର୍କ ରକ୍ତର..... 


ଗୋଟିଏ ଘର ଦୁଇ ଭାଗ ହେଲା 

ଉଠି ଗଲା କାନ୍ଥ ପାଚେରୀ 

ଆପଣା ହୋଇଲା ପର..... 

ଆପଣା ହୋଇଲା ପର.... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍