ନିରାଟ ସତ କଥା
ନିରାଟ ସତ କଥା
1 min
360
ତଳେ ପଡିଗଲେ ଉଠେଇବେନି କେ
ଦେଖି ଦେଖି ଚାଲିଯିବେ
ମୋବାଇଲରେ ଫୋଟ ଉଠେଇ
ନିଜକୁ ଗର୍ବ କରିବେ ।
ଉପରକୁ ଯଦି ତୁମେ ଉଠୁଅଛ
ପଛରୁ ଗୋଡ଼ ଟାଣିବେ
ଉଠିବାକୁ ଜମା ଦେବେନି ତୁମକୁ
ଏଣୁ ତେଣୁ ପୁଣି କହିବେ ।
ମାଆ ବାପାଙ୍କୁ ତ ବୃଦ୍ଧାଶ୍ରମେ ଛାଡି
କୁକୁର ର ସେବା କରନ୍ତି
ସ୍ୱାର୍ଥ ପଛରେ ଦଉଡି ଦଉଡି
ହିତାହିତ ଜ୍ଞାନ ଭୁଲନ୍ତି ।
ଘୁଷୁରୀ ପ୍ରକୃତି ପଙ୍କେ ଲୋଟ
ମଣିଷ ପ୍ରକୃତି ମଲେ ତୁଟେ
ଢଗ ଟିଏ ରହିଅଛି
ଯିଏ ଲେଖିଅଛି ଯିଏ କହିଅଛି
ଭାବୀଚିନ୍ତି ହିଁ କହିଛି ।
