STORYMIRROR

Gitanjali Pujapanda

Others

3  

Gitanjali Pujapanda

Others

ନିରାଶ୍ରୟ ଚ ଜଗଦୀଶ ରକ୍ଷ

ନିରାଶ୍ରୟ ଚ ଜଗଦୀଶ ରକ୍ଷ

1 min
255

ଜୀବନ ଜଞ୍ଜାଳେ ହୁଏ ମୁଁ ଲଟ ପଟ

ଖୋଜି ବୁଲେ ତୁମ ହାତ ଧରି ଫେରିବାର ବାଟ

ପଥ ଯେ କଣ୍ଟକିତ ନିରାଶ୍ରୟ ଚ ଜଗଦୀଶ ରକ୍ଷ।

ତୁମେ ପ୍ରଭୂ ଆଶୁତୋଷ ଦୟାକର ହେ କରୁଣାକର

ଜୀବନ ହେଉ ପୁଷ୍ପିତ ଜଟିଳ କାର୍ଯ୍ୟ ହେଉ ସରଳ

ପଥ ଯେ କଣ୍ଟ କିତ ନିରାଶ୍ରୟ ଚ ଜଗଦୀଶ ରକ୍ଷ।

ଜୀବନର ସବୁ ଆବୁଡା ଖବୁଡା ରାସ୍ତାରେ ଧରି

ଥାଅ ହାତ ଆହେ ପ୍ରଭୂ ନିରାଶ୍ରୟ ଚ ଜଗଦୀଶ ରକ୍ଷ।

ନ ରହୁ ମନରେ ରାଗ କ୍ରୋଧ ଆଉ ଅହଂ ର ଦୋଷ

ସବୁ କାର୍ଯ୍ୟରେ ନ ଆସୁ କେବେ ବାଧା ଆଉ ବିଘ୍ନ

ତୁମକୁ ଆଶ୍ରା କରି ସବୁ କରେ ମୁଁ ସମାପନ।

ତୁମେ ନିରାଶ୍ରୟର ଆଶ୍ରା ଦାତା ଦଇବ ବିଧାତା

କରୁଣାର ଭଣ୍ଡାର ଦୁଃଖ ଏବେ ମୋର ଦୂର କର।

ଆହେ ଜଗତପତି ନୀଳଶୈଳ ଝରାଇ ଦିଅ

ଆଶିଷର ଧରା ମୁଁ ଯେ ତୁମ ଏକ ଭକ୍ତ ଟିଏ ଛାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍