Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Rashmita Panigrahi

Others

3  

Dr Rashmita Panigrahi

Others

ନିର୍ଵାଣ

ନିର୍ଵାଣ

1 min
11.7K


 

ସିନ୍ଦୁରା ଫାଟିବା ମାତ୍ରେ 

ସମୁଦ୍ରର ସୁନେଲି ଢେଉରେ 

ଧୋଇ ହୋଇ ଯାଏ 

ନୈରାଶ୍ୟର ଆବର୍ଜନା ତକ, 

ଅସୁମାରୀ ଆଶାର 

ଲହରୀ ବ୍ୟାପି ଯାଏ 

କୋଟି କୋଟି ଜୀବସତ୍ତାରେ, 

ଆଃ ! ଏ କି ଅପୂର୍ଵ 

ଶିହରଣ ଖେଳି ଯାଏ 

ପୃଥିବୀରୁ ଆକାଶ ଯାଏଁ, 

ଶତ ସିଂହର ବଳ 

ଉଦ୍ରେକ ହୁଏ 

ଅନ୍ଧକାରରେ ରହୁଥିବା 

ଅସହାୟ ମଣିଷ ଭିତରେ l

ଏ ଖାଲି ସୂର୍ଯ୍ୟୋଦୟ

ନୁହଁ ସମୁଦ୍ର ବକ୍ଷରେ, ଅବା 

ଦୂର ପାହାଡ ପାର୍ଶ୍ୱରେ, 

ଏ ଯେ ଭାଗ୍ୟୋଦୟ 

ଘେନି ଆସେ 

କୋଟି ଜନ ମାନସରେ l

ହେଇପାରେ, ନୂଆ ଏକ 

କୋଣାର୍କର ନିର୍ମାଣ, 

ଅବା ହେଇପାରେ 

ସୁନାର ଭାରତ ଗଠନ, 

କିମ୍ବା ମାନବତାର 

ଚରମ ପ୍ରାପ୍ତି ନିର୍ବାଣ l

  


Rate this content
Log in