STORYMIRROR

Ajit Kumar Raut

Others

3  

Ajit Kumar Raut

Others

ନିରାକାର ପ୍ରଭୁ

ନିରାକାର ପ୍ରଭୁ

1 min
261


ସନାତନ ଧର୍ମେ ଭକ୍ତି ତିନି ଦେବେ 

ସବୁଠାରୁ ସମ୍ମାନିତ,

ବ୍ରହ୍ମା ବିଷ୍ଣୁ ଶିବ ଆରାଧ୍ୟ ଆମର

ହିନ୍ଦୁଧର୍ମ ସଙ୍ଗଠିତ।୧।


ଚରାଚର ପୃଥି ଭିଆଣ ତାଙ୍କର

କାରିଗର ତିନି ଦେବ,

ଏକ ଶକ୍ତି ତିନି ରୂପ ହିଁ ଅନ୍ୟାନ୍ୟ

ନିରାକାର ତିନି ଦେବ।୨।


ରୂପ ନାହିଁ ତାଙ୍କ ଶୂନ୍ୟରେ ଭୂଷିତ

ଦେଖି ନ ପାରନ୍ତି ଜଣେ,

ଭକ୍ତ ହିଁ ଦେଖେଟି ଲାବଣ୍ୟ ରୂପକୁ

ନିଃସ୍ୱାର୍ଥ ଭକ୍ତିର କଣେ।୩।


ସେହୁ ଆତ୍ମା ମଧ୍ୟ ସେହୁ ହିଁ ପ୍ରମାତ୍ମା

ସେହୁ ଦୟାନିଧି ପ୍ରଭୁ,

ପ୍ରତ୍ୟେକ ଜୀବରେ ବିଦ୍ୟମାନ ସେହୁ

ନିରଞ୍ଜନ ମହାପ୍ରଭୁ।୪।


ଜୀବ ନାରାୟଣ ଜୀବ ପରମବ୍ରହ୍ମ

ଜୀବ ମଧ୍ୟେ ଶିବଶକ୍ତି,

କର୍ତ୍ତବ୍ୟ ହିଁ ଜନେ ଅଟେ ଜୀବ ସେବା 

ସେବା ଅଟେ ଜନେ ଭକ୍ତି।୫।


ପବିତ୍ର ମନ୍ଦିର ଦେବ ଦର୍ଶନଟି

ନିର୍ମଳ ହୁଏ ଚରିତ୍ର

ଭକ୍ତି ମନେ କଲେ ପ୍ରଭୁ ଆରାଧନା

କର୍ମପଥଟି ପଵିତ୍ର।୬।


ମନକୁ ପବିତ୍ର କରେ ଦେବାଳୟ

ଭକ୍ତିପୂର୍ଣ୍ଣ ହୁଏ ମନ,

ଦେବ ଆରାଧନା ଅଟେ ନିତିଦିନି 

କର୍ତ୍ତବ୍ୟେ ଜଡ଼ିତ ମନ।୭।


ମହୀମଣ୍ଡଳରେ ମନୁଷ୍ୟ ଜୀବନ

କର୍ମର ପାଇଁଟି ଜନ୍ମ,

ଶ୍ରଦ୍ଧା ମନେ ଭକ୍ତି ନିଃସ୍ୱାର୍ଥ ମନରେ

କର୍ତ୍ତବ୍ୟେ ଜଡ଼ିତ ଜନ୍ମ।୮।


ଜୀବ କଲା କର୍ମ ଲିଖିତ ହୁଅଇ

ଚିତ୍ରଗୁପ୍ତ ପଞ୍ଜିକାରେ,

ପାପାଚାରୀ ବ୍ୟକ୍ତି ଦଣ୍ଡିତ ହୁଅଇ

ଧର୍ମଦେବ ନିର୍ଦ୍ଦେଶରେ।୯।


ସନାତନ ଧର୍ମେ ଭକ୍ତି ତିନି ଦେବେ

ସବୁଠାରୁ ସମ୍ମାନିତ,

ବ୍ରହ୍ମା ବିଷ୍ଣୁ ଶିବ ଆରାଧ୍ୟ ଆମର 

ହିନ୍ଦୁଧର୍ମ ସଙ୍ଗଠିତ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍