STORYMIRROR

SUKANTA KHANDA

Others

3  

SUKANTA KHANDA

Others

ନିନ୍ଦା,ଭାଗ୍ଯ ଓ ନାଶ

ନିନ୍ଦା,ଭାଗ୍ଯ ଓ ନାଶ

1 min
166


ମୋର କୁଳକ୍ଷୟ ହେଲା

ବଂଶ ଲୋପ ପାଇଲା ବି ଆଗାମୀ କାଲିକୁ

କି ଦୋଷ କରିଥିଲି କେଜାଣି

ସେ କେଉଁ ଯୁଗରେ

ଭୋଗୁଅଛି ଆଜି ଆଞ୍ଜୁଳା ଆଞ୍ଜୁଳା ଦୁଃଖ

ଯେମିତି ବହି ଯାଉଛି ତଟିନୀ।


ମୁଣ୍ଡେ ହାତ ଥୋଇ ବସି ଭାବୁଥିଲି

ନିନ୍ଦି ଭାଗ୍ଯ,କର୍ମ ଓ ଧର୍ମକୁ

ଯାହା ଜୀବନରେ ଭୋଗୁଛି,ଭୋଗିବି।


ହଠାତ୍ ବିବେକ କହିଲା

ମନ କଥାରେ ଚାଲି ବ୍ରାହ୍ମଣଙ୍କୁ ନିନ୍ଦିଲ

ନିନ୍ଦା ହିଁ ଅସରନ୍ତି କୁଳକ୍ଷୟର କାରଣ

ବୁଝିବାର ଥିଲା କି ବ୍ରାହ୍ମଣ କିଏ

କାହିଁକି ଶ୍ରେଷ୍ଠତା ମିଳିଛି?


ମୋ ଆଖିରେ ଲୁହ କି

କଲା କର୍ମର ଏ ଫଳ

ଦିନେ ଧନର ଗର୍ବରେ ଫାଟି ପଡୁଥିଲି

ପାହାଡ଼ ପାହାଡ଼ ଧନ ମୋତେ

ଆଣିଦେଲା କାମନା ବାସନା

ଯାହା ଭୁଲିଗଲି ଶ୍ରେଷ୍ଠତା ଜାତିକୁ

ଆଉ ମନଭରି ଲୁଟିଲି 

ବାଛିବାଛି ରୂପବତୀଙ୍କ ସାଇତା ଫୁଲରୁ।


ଆଜି ଦୁଇଟା ପତ୍ନୀର ପତି

ତଥାପି ବି ପୁତ୍ର ମୁଖରୁ ବଞ୍ଚିତ

କେବଳ ହିଁ କେବଳ

ବାଞ୍ଝଶଦ୍ଦ ଅଠା ବୋଳିହେଲା।


ସେଇଭୁଲ ବ୍ରାହ୍ମଣଙ୍କୁ ନିନ୍ଦା

ଆଉ ରୂପବତୀଙ୍କ କୋଳରେ ବସିବା

ରସ ଆଉ ହସରେ ମସଗୁଲ ହୋଇ

ଓଜକୁ ନିଗାଡି଼ବା।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍