STORYMIRROR

Sukadev Mahanta

Others

3  

Sukadev Mahanta

Others

ନିଲ୍ସ ବୋର୍

ନିଲ୍ସ ବୋର୍

2 mins
263


ପଦାର୍ଥ ବିଜ୍ଞାନୀ  ନିଲସ୍ ବୋରଙ୍କ

  ଶ୍ରାଦ୍ଧ ବାର୍ଷିକୀ ଆଜି

ନୋବେଲ ବିଜେତା  ପଦାର୍ଥ ବିଜ୍ଞାନୀ

   ଶାନ୍ତିକାମୀ ଥିଲେ ସାଜି ||

ପରମାଣୁ ଚିତ୍ର   ତାର ବିକିରଣ

   ସମ୍ବନ୍ଧରେ ନୂଆ ତତ୍ତ୍ବ

ଦେଇ ବୁଝାଇଲେ ବିଜ୍ଞାନ ଜଗତେ

   ପରମାଣୁ ଗଢା ତତ୍ତ୍ବ||

ଡେନିସ୍ ଇହୁଦୀ  ଥିଲେ ବୋଲି ସିଏ

    ନାଜିଙ୍କର ଉପଦ୍ରବେ

ବିଶ୍ବଯୁଦ୍ଧ କାଳେ  ଡେନ୍ମାର୍କ ଛାଡିଣ

   ଦେଶାନ୍ତରେ ଗଲେ ଗର୍ବେ||

ଡାଲଟନ୍ ବୋଲେ ପରମାଣୁ ଅଟେ

    ପଦାର୍ଥର ଶେଷ କଣିକା

ଭାଙ୍ଗି ହେବ ନାହିଁ  ତାକୁ ଆଉ ଜମା

   ଗଢେ ପଦାର୍ଥକୁ ଏକା ||

ରସାୟନ କ୍ରିୟା  ପରମାଣୁ ଦ୍ବାରା

   ହୋଇଥାଏ ସଂଘଟିତ

ନିଜର ଯମଜ  ଭ୍ରାତୃଗଣ ମିଳି

  ପଦାର୍ଥ କରେ ଗଠିତ ||

ଟମ୍ ସନ୍ ବୋଲେ  ପରମାଣୁ ନୁହେଁ

     ପଦାର୍ଥର ଶେଷ କଣିକା

ପ୍ରୋଟନ୍ ସହିତ   ଇଲେକ୍ଟ୍ରନ ଅଛି

    ଏକ ତରଭୁଜେ ସଖା ||

ପରମାଣୁ ଯଦି  ତରଭୁଜ ହୁଏ

  ନାଲି ଅଂଶ ଇଲେକ୍ଟ୍ରନ

ତରଭୁଜ ମ଼ଞ୍ଜି  ଅଟଇ ପ୍ରୋଟନ

   ଗୋଲକରେ ବିଚରଣ||

ପ୍ରୋଟନ ଅଟଇ  ଧନ ଚାର୍ଜ ଯୁକ୍ତ

  ଋଣ ଚାର୍ଜ ଇଲେକ୍ଟ୍ରନ

ଦୁହେଁ ମିଳି ଯେଉଁ  ପ୍ରମାଣୁ ଗଢନ୍ତି

   ତାହା ତ ଚାର୍ଜ ବିହିନ||

 ରଦରଫୋର୍ଡଙ୍କ  ପରମାଣୁ ତତ୍ତ୍ବେ

   ପଦାର୍ଥର ସବୁ ଓଜନ

କେନ୍ଦ୍ରୀଭୂତ ଥାଏ  କେନ୍ଦ୍ର ସ୍ଥଳେ ସ୍ଥିତ

   ନ୍ୟୁକ୍ଲିୟସ୍ ମଧ୍ୟେ ଜାଣ||

 ନ୍ୟୁକ୍ଲିୟସ୍ ମଧ୍ୟେ  ପ୍ରୋଟନ୍ ନ୍ୟୁଟ୍ରନ୍

     ଦୁଇଭାଈ ଏକ ଠାବେ

 ଚାର୍ଜ ବିହୀନ ସେ  ଅଟଇ ନ୍ୟୁଟ୍ରନ୍

    ପ୍ରୋଟନ୍ ଧନାତ୍ମକ ଭାବେ||

ତାଙ୍କର ଭଗିନୀ  ଇଲେକ୍ଟ୍ରନ ବୁଲେ

   ରବି ସଙ୍ଗେ ଗ୍ରହପରି

ଭାଇ ଭଉଣୀଙ୍କ  ସ୍ନେହ ଆକର୍ଷଣେ

  ସୁଖୀ ପରିବାର କରି ||

ପରମାଣୁ ଅଟେ  ବିଦୁତ୍ନିରପେକ୍ଷ

  ଋଣ ଚାର୍ଜ ଇଲେକ୍ଟ୍ରନ

ନ୍ୟୁକ୍ଲିୟସ୍ ଚାରି   ପଟେ ପରିକ୍ରମା

     କରୁଥାନ୍ତି ଇଲେକ୍ଟ୍ରନ||

ଚାର୍ଜିତ କଣିକା ବୃତ୍ତାକାର କକ୍ଷେ

  କଲାବେଳେ ପ୍ରଦକ୍ଷୀଣ

ଅବକ୍ଷୟ ହୁଏ  ଶକତି ତାହାର

    କରି ଶକ୍ତି ବିକୀରଣ||

ଯଦି ଏହିପରି  ଘଟୁଥା'ନ୍ତା ତେବେ

  କୁଣ୍ଡଳି ଆକୃତି ପଥେ

ଗତିକରି ଶେଷେ ଇଲେକ୍ଟ୍ରନ ସବୁ

  ନ୍ୟୁକ୍ଲିୟସେ ଲୀନ ହୋନ୍ତେ||

ପରମାଣୁ ସତ୍ତା  ହରାଇ ବସନ୍ତା

   ଯାହା ହୁଏନି ପ୍ରକୃତେ

ପରମାଣୁ ସତ୍ତା  ଅତୁଟ ରହଇ

  କୁହ ବୁଝାଇ କେମନ୍ତେ||

ମାକ୍ସ ପ୍ଲାଙ୍କ୍-ଙ୍କର   କ୍ବାଣ୍ଟମ୍ ତତ୍ତ୍ବକୁ

   ପାଥେୟ କରିଣ 'ବୋର'

କହିଲେ ବୁଝାଇ  ପରମାଣୁ ତତ୍ତ୍ବ

   ସନ୍ଦେହ କଲେ ଦୂର ||

ଯେଉଁ ବୃତ୍ତାକାର  କକ୍ଷ ପଥେ ଘୂରେ

   ତାହା କ୍ବାଣ୍ଟାଇଜ୍ଡ ଅଟେ

କ୍ବାଣ୍ଟାଇଜ୍ଡ ଅର୍ବିଟ   ନିର୍ଦ୍ଦିଷ୍ଟ ମାନର

    ଶକତି ସମ୍ପନ୍ନ ଅଟେ||

ସେହି ଅର୍ବିଟରେ   ଘୂରୁଥିବା ଯାଏ

     ବିକିରଣ କରେ ନାହିଁ

ତେଣୁ ଇଲେକ୍ଟ୍ରନ୍   ନ୍ୟୁକ୍ଲିୟସ୍ ମଧ୍ୟେ

    ଯାଇ ଲୀନ ହୁଏ ନାହିଁ||

ପ୍ରକୀର୍ଣ୍ଣନ ତେବେ  ପରମାଣୁ କେହ୍ନେ

     ପ୍ରଦର୍ଶନ କରେ ଭାଇ

ନିଲ୍ସ ବୋର ତାହା   କ୍ବାଣ୍ଟମ୍ ତତ୍ତ୍ବର

     ପ୍ରୟୋଗେ ଦେଲେ ବୁଝାଇ||

ଉଚ୍ଚ ଶକତିରୁ   ନ୍ୟୁନ ଶକତିର

   ଅର୍ବିଟକୁ ଲମ୍ପ ଦେଲେ

 ଶକ୍ତିର ଅନ୍ତର  ଶକତି ପୁଡିଆ

    ତ୍ୟାଗ କରି ଡିଏଁ ତଳେ||

ସେ ଅର୍ବିଟ ଦ୍ବୟ    ଶକ୍ତିର ଅନ୍ତର

     ପରିମାଣ ଶକ୍ତି ନେଇ

ବିକିରିତ ହୋଇ   ପ୍ରକୀର୍ଣ୍ଣନ ସୃଷ୍ଟି

     ଶକ୍ତି ପୁଡିଆ କରଇ ||

ଏହିପରି ତାଙ୍କ   ପରମାଣୁ ତତ୍ତ୍ବ

    ପରମାଣୁ ବିଜ୍ଞାନର

ସରବ ସମ୍ମତ   ସରବ ଆଦୃତ

  ହୋଇଥିବା ଜଗତର||

ଇଚ୍ଛା ନଥାଇ ବି  ' ମାନ ହାଟନ' ର

  ପ୍ରକଳ୍ପେ କାର୍ଯ୍ୟ କରିଲେ

 ଆଣବିକ ବୋମା  ତିଆରି ନିମିତ୍ତ

    ଉଦ୍ଦିଷ୍ଟ ଏହା ଭଲେ ||

ଆଣବିକ ବୋମା  ପ୍ରସ୍ତୁତି କାମର

    ଆଜୀବନ ବିରୋଧି ସେ 

ବିଶ୍ବ ବିକାଶର   ଅଭିପ୍ରାୟ ନେଇ

    ପରମାଣୁ ଜ୍ଞାନ ଆଶେ ||

ରୁଷ୍ ଆମେରିକା  ଏକ ଠାବେ ବସି

   ବିଶ୍ବ କଲ୍ୟାଣ ମନାସି

କାମ କରିଯା'ନ୍ତୁ  ବୋଲି ତାଙ୍କ ଇଚ୍ଛା

  ସେ ଥିଲେ ମହା ମନିଷୀ ||

ନଭେମ୍ବର ମାସ    ଅଷ୍ଟାଦଶ ଦିନ

   ଉଣୈଶ ବାଷଠି ସାଲେ

ମାଟି ଦେହ ତାଙ୍କ   ମାଟିରେ ମିଶିଲା

    ଦୁଃଖରେ ଭସାଇ ଦେଲେ||

ବିଶ୍ବ ଶାନ୍ତି କାମୀ  ପଦାର୍ଥ ବିଜ୍ଞାନୀ

     ଜ୍ଞାନ ବିତରଣ କଲେ

ଯଶୋଦେହେ ତାଙ୍କ  ଆୟୁଷ୍ମାନ ହୋଇ

     କାଳ କାଳ ରହିଗଲେ||



Rate this content
Log in