STORYMIRROR

Subhakanta Sahu

Others

1.5  

Subhakanta Sahu

Others

ନିଜଠୁ ନିଜର

ନିଜଠୁ ନିଜର

1 min
27.7K


ତୁମେ ମୋ ଜୀବନ ବୀଣାର

ହୃଦୟ ତନ୍ତ୍ରୀରୁ ନିଃସୃତ

ନିଃଶବ୍ଦ ସଙ୍ଗୀତ,

ତୁମେ ମୋ ବ୍ୟସ୍ତ ବହୁଳ

ବିଷମୟ ଜୀବନର

ଦି'ଟୋପା ଅମୃତ।

ସରି ସରି ଯାଉଥିବା

ଜୀବନରେ ତୁମେ

ଚେନାଏ ପ୍ରଶ୍ୱାସ,

କ୍ଷଣ ଭଙ୍ଗୁର, ପ୍ରତାରଣା

ଛଳନା ଦୁନିଆରେ

ତୁମେ ବକଟେ ବିଶ୍ଵାସ।

ସଂଶୟର ଦୋଛକିରେ

ତୁମେ ତ ମୋ ସଂକଳ୍ପର

ବିକଳ୍ପ ରାସ୍ତା,

ବେସାହାରା ଭଙ୍ଗା ହୃଦୟରେ

ତୁମେ ତ ମୋ

କୁଟାଖିଅକର ଆସ୍ଥା।

ଦୁଃଖଶୋକ ଦୁନିଆରେ

ତୁମେ ମୋ ପାଇଁ

ଦିପଦ ଆଶ୍ୱାସନା,

ମୋ ପାପ ପଙ୍କିଳ ମନରେ

ତୁମେ ହିଁ ତ ଐଶ୍ଵରୀୟ ସଦ୍ଭାବନା।

କଳ୍ପନାର ଦୁନିଆରେ

ତୁମେ ମୋ ସ୍ୱପ୍ନର ସହର

ମଧୁର ସ୍ୱପ୍ନରେ ଭରା

ରାତିଏ ସ୍ୱପ୍ନରୁ

ତୁମେ ପାହାନ୍ତି ପ୍ରହର।

ନିଦାଘର ଉତ୍ତପ୍ତ ରୌଦ୍ରରେ

ତୁମେ ତ ମନ୍ଦ ମନ୍ଦ

ଶୀତଳ ସମୀର।

ମାଘର ପ୍ରଚଣ୍ଡ ହିମେ

ତୁମେ ଉଷ୍ମତା କଅଁଳ ଖରାର।

ବୀତସ୍ପୃହ ଜୀବନରେ

ବଞ୍ଚିବାର ଆଶା ମଉଳିଲେ

ଜୀଇଁବାର ମୋହ ତୁମେ ମୋର,

ମୁଁ ତୁମ ନିଜର

ହୁଏ କି ନ ହୁଏ

ତୁମେ ତ ମୋ ନିଜଠୁ ନିଜର।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ

ପୋଲସରା, ଗଂଜାମ।

ମୋ:୯୦୪୦୩୨୦୧୮୬


Rate this content
Log in