STORYMIRROR

Dasarathi Sahu

Others

2  

Dasarathi Sahu

Others

ନିଜସ୍ୱେ ନିମଗ୍ନ ସୁଖର ସନ୍ଧାନ

ନିଜସ୍ୱେ ନିମଗ୍ନ ସୁଖର ସନ୍ଧାନ

1 min
1.1K


ସବୁ ନାହିଁ ନାହିଁ ନିଷ୍କର୍ସ ଭିତରୁ

ହୋଇଥାଏ ହଁ ଉତ୍ପତ୍ତି

ସମ୍ଭାବନାରୁ ତ ସମ୍ଭବର ସୃଷ୍ଟି

ଚିରି ଅସମ୍ଭବ ଛାତି

ଛାତିରେ ଚମକ ମାର୍ମିକ ମହକ

ସାହାସେ ସାହାଣି ମେଲା

ମନ ମସ୍ତିଷ୍କ ତୋ ମଜ୍-ବୁତ କରି

ଗଢିଛି ଉପରବାଲା

ଉପରବାଲାର ଉର୍ଦ୍ଧିଷ୍ଟ ନିୟମେ

ନିଜକୁ ନକରି ବନ୍ଦୀ

ଉଭ୍ରାନ୍ତି ଆଳରେ ଖେଳୁଛୁ ଖେଳରେ

ଆପଣା ସୁଖକୁ ଖୁନ୍ଦି

ଶ୍ରୀକୃଷ୍ଣଙ୍କ ଶକ୍ତି ସୁଦାମାର ଭକ୍ତି

ନିଜଠାରେ ଲୁକାୟିତ

ଅନ୍ୟକୁ କରିକି ଅନୁସରଣ ତୁ

ଦୁଃଖ ଭୋଗୁ ଅପ୍ରମିତ

ବିପତ୍ତି ଡାକନା ନିଜେ ହାତ ଠାରି

ବିବେକ ବୋଲ ନମାନି

ନିଜସ୍ବ ବିବେକ ବାସୁଆ ବଳଦ

ଶୁଦ୍ଧ ସୁଖ ଆବାହନୀ

ଦାଶରଥି ସାହୁ

କଳମ୍ବ /ଗଜାଂମ


Rate this content
Log in