STORYMIRROR

Dr.Omm Prasad Pradhan

Others

3  

Dr.Omm Prasad Pradhan

Others

ନିଜର

ନିଜର

1 min
131


ଅଜଣା ଦେଶରେ ରହୁଥିବା,

ମୋ ନିଜର ଲୋକଟିଏ 

ଆଜି ଗାଁ କୁ ଆସିଛି 


ସମ୍ପର୍କ କହିଲେ କିଛି ନୁହେଁ 

ହେଲେ ବି ଏକ ଆକର୍ଷଣ ରହିଛି 

ଅପୂର୍ବ ସେ ଆକର୍ଷଣ 

ମଣିଷକୁ ମତୁଆଲା କରିପାରେ ....


ପିଲାଦିନର କିଛି ସ୍ମୃତି 

ଆଜି ବି ତାଜା ଅଛି 

ଶୈଶବର ସେ ନିରୀହ ଚାହାଣି 

ଆଜି ବି ମନେ ଅଛି 


ଗାଁ ସ୍କୁଲରେ ବିତେଇଥିବା କିଛି ବର୍ଷ 

ଆଜି ବି ମୋର ମନେ ପଡେ 

କାଲିର ଘଟଣା ପରି 

ଗୋଟି ଗୋଟି କହିଦେଇପାରେ 

ଆଖି ବନ୍ଦ କରି 

ଏକ ନିଶ୍ୱାସରେ .....


ହେଲେ ଲାଭ ବା କଣ 

ଆଜି ସେ ଅପରିଚିତ 

ଆଉ ମୁଁ ଅପରିଚ୍ଛନ୍ନ 

କାହିଁ ସେ ଗାଁ ମୁଲକର ସଦାଶିବ 

ଆଉ ସହର ଫେରନ୍ତା ସ୍ୱପ୍ନା 


ଏବେ ଆଉ ଆଖି ମିଶି ପାରୁନି 

ସେ ଖୁବ୍ ଦୂରରେ ପହଞ୍ଚି ଯାଇଛି 

ଆଉ ଆଖି ପାଉନି ଦେଖିବାକୁ 

ଦୂରରୁ ଖାଲି ଯାହା 

ଅନୁମାନ କରୁଛି 

ମୋ ପିଲାଦିନର ସାଥୀ

ଆଜି ଗାଁ କୁ ଫେରିଛି 

ସେ ଅଚିହ୍ନା ହେଉ ପଛେ 

ଭାରି ନିଜର ଲାଗୁଛି 

ବେଶି ବେଶି ମନେ ପଡୁଛି 

ସେହି ପୁରୁଣା କଥା ସବୁ ......।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍