Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ନିଜକୁ ନିଜେ ତୁ ଚିହ୍ନ

ନିଜକୁ ନିଜେ ତୁ ଚିହ୍ନ

1 min
722



• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା ,।

• ---------- -------------------- ----------

• ମନ‌ ମନ୍ଦିର ର ହୃଦୟ ପଦ୍ମରେ ରତନର ସିଂହାସନ

• ସେହି ସିଂହାସନେ ବିଜେ କରିଛନ୍ତି ମହାପ୍ରଭୁ ନାରାୟଣ

• ଦେଖିଲେ ବୁଝିଲେ ରେ ଅବୁଝା ମନ ଲଭିବୁ ବୈକୁଣ୍ଠ ଧାମ

• ମନ ମନ୍ଦିରର ହୃଦୟ ପଦ୍ମରେ………।।

• ନିଜକୁ ଚିହ୍ନିଲେ ସବୁ ବୁଝିଯିବୁ ନିଜକୁ ତୁ ଆଗ ଚିହ୍ନ

• ନହେଲେ ଜୀବନେ ଉପଭୋଗ ନାହିଁ ଅବୁଝା ଗଣିତ ସମ

• ଅଛିଣ୍ଡା ଅଙ୍କ ଏ ଜୀବନ ନାଟକ ବିଅର୍ଥ ହେବ ଜୀବନ

• ମନ ମନ୍ଦିରର ହୃଦୟ ପଦ୍ମରେ…….।।

• ଅଙ୍କାବଙ୍କା ଏହି ସଂସାର ର ପଥ ଚାଲିବା ବଡ଼ ଗହନ

• ଖାଲ ଖମା ଆଉ ଅନ୍ଧାର ଆଲୁଅ ବିଧି ନିର୍ବନ୍ଧ ବିଧାନ

• ମୁକତି ପାଇବା ପାଇଁ ଲୋଡା ଧନ ନିଜକୁ ନିଜେ ତୁ ଚିହ୍ନ

• ମନ ମନ୍ଦିରର ହୃଦୟ ପଦ୍ମରେ……..।।

• ନିଜକୁ ନିଜେ ତୁ କିପରି ଚିହ୍ନିବୁ ସରଳ ଉପାୟ ମାନ

• ଖଞ୍ଜି ଦେଇଛନ୍ତି ବିହି ଏ ସଂସାରେ ପାଇବୁ କରିଲେ ଧ୍ୟାନ

• ସତ୍ୟ ଧର୍ମ ନ୍ୟାୟ ପଥର ପଥିକ ହୁଅତୁରେ ମୋର ଧନ

• ମନ ମନ୍ଦିରର ହୃଦୟ ପଦ୍ମରେ…….।।

• ରେ ଅବୁଝା ମନ ଶୁଣ ମୋ ବଚନ ସେ ପରା ବିଶ୍ଵ ଜୀବନ

• ପ୍ରତିକ୍ଷଣେ ବିରାଜିତ ନିରନ୍ତର ତୋ ହୃଦୟ ସିଂହାସନ

• କହଇ ଅଜ୍ଞାନୀ ପ୍ରଫୁଲ୍ଲ ରେ ମନ ନିଜକୁ ନିଜେ ତୁ ଚିହ୍ନ

• ମନ ମନ୍ଦିରର ହୃଦୟ ପଦ୍ମରେ…….।।




Rate this content
Log in