STORYMIRROR

Dasarathi Sahu

Others

2  

Dasarathi Sahu

Others

ନିଜକୁ ମଣେ ମୁଁଁ ଧନ୍ୟ

ନିଜକୁ ମଣେ ମୁଁଁ ଧନ୍ୟ

1 min
1.5K


ବେସାହାରା ମୁହିଁ ବାଇଚଢେଇଟେ

ଜୀବନର ତରୁଡାଳେ

ମନେ ମୋ ବୋହୁନି ମଳୟ ପବନ

ନିମିଷେ ଆଶା ମଉଳେ

ଦଦରା ଜୀବନ ଦୁଃଖର ଦରିଆ

ଆଶା ମୋ ଅଧା ଅଧୁରା

ସୁଖର ଠିକଣା ପାଉନାହିଁ ଖୋଜି

ସମୟ ଯାହା ସାହାରା

ତଥାପି ଚାଲୁଛି ଅଣ୍ଟାକୁ ସଳଖି

ନିରାଶେ ହୋଇ ନିମଗ୍ନ

ସ୍ରଷ୍ଟାଙ୍କ ସୃଷ୍ଟିରେ ତାଙ୍କ ହାତେ ଗଢା

ନିଜକୁ ମଣେ ମୁଁ ଧନ୍ୟ

ଦାଶରଥି ସାହୁ

କଳମ୍ବ/ଗଜାଂମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍