ନିଜ ରାସ୍ତା ମୁଁ ଖୋଜୁଛି !
ନିଜ ରାସ୍ତା ମୁଁ ଖୋଜୁଛି !
ନିଜ ରାସ୍ତାରେ ମୁଁ କଣ୍ଟା ବିଛେଇଲି ଫୁଲର ଶେଜରେ ଚାଲିବି ବୋଲି !
ସେଇ ଫୁଲ ସବୁ କର୍ତ୍ତା ହୋଇଗଲେ ପାଦରୁ ରକତ ପଢିଲା ଝରି !!
ନିଜ ଗୋଡେ ନିଜେ କୁରାଢି ମାରିଲି ଭାବିଲି ରକତ ଝରେ ତା ଗୋଡୁ !
ଆହତକୁ କେତେ ଚାପିବି ଭାବୁଛି ଲୁହ ଝରେ ମୋର ହୃଦୟ କୋଣୁ !!
ଲୁହ ଦେଇ ହସ ମାଗିଲି ସିନା ମୁଁ ହସ ମୋ ପାଇଁକି ସାତ ସପନ ।
ସୁଖ ହଜିଗଲା ଦୁଃଖର ହାଟରେ ବାନ୍ଧିଲି ଗଣ୍ଠିଲି ବୁଝେଇ ମନ !!
ନିଜ ରାସ୍ତା ନିଜେ ହଜେଇ ପଚାରେ ମୋ ରାସ୍ତା କିଏ ସେ ଦେବ ବତେ
ଜାହାଜ ମୂଲ ମୁଁ କରୁଅଛି ଯାହା ଆସିଥିଲି ତ ପତର ଗୋଟେଇ !!
ମୃତ୍ୟୁଠୁ ଜୀବନ ଉଧାର ଆଣିଲି ଭାବିଲି ଫେରସ୍ତ କରିବି ନାହିଁ !
ଅକେଇ ଦିନର କୁଣିଆଁ ଏଠେଇ ତିନି ଦିନ ପାଇଁ ସମୟ କାଇଁ ??
ରାତିର ସପନ ସତ ଭାବି ନେଲି ପାହାନ୍ତାରେ ଫାଟିଗଲା ଫସର !
ମରୀଚିକା ପଛେ ଗୋଡେଇ ଧାଉଁଛି ଶୋଷ ମାରିବାକୁ ଡାକେ ଶ୍ରାବଣ !
ଅରଣ୍ୟ ରୋଦନ କରେ ମୁଁ ଏଠାରେ କେହି କେବେ ଜମା ଶୁଣିବେ ନାହି
ଦୂରରେ ଦୂରରେ ରହିଲେଣି ସବୁ ମିଛୁଆ ରାଧୁଆ ଗପ ଶୁଣେଇ !!
ନିଜ କଲା କର୍ମ ଭୁଲି ଯାଇଛି ମୁଁ ଭାଗ୍ୟକୁ କେବଳ ଦୋଷ ଦେଉଛି !
ଆପଣା ହାତରେ ଜିଭ କାଟିଦେଇ ପରକୁ ଯା ଆପରାଧ କରୁଛି !!
