Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta Sahu

Others

2  

Prasanta Sahu

Others

ନୀରେ ନିରଞ୍ଜନ

ନୀରେ ନିରଞ୍ଜନ

1 min
318



ଦୁଃଖେ ନୀର ସୁଖେ ନୀର

ଜୀବନର ସକଳ ଆଧାର,

ଯହିଁ ଦେଖ ତହିଁ ନୀର

ନୀରେ ଗଢ଼ା ହୋଇଛି ସଂସାର ।

ଜାତିଜାତି ଉତ୍ସ ଦେଖ

ବିଭୁ କୃପା ଅପାର ପ୍ରତ୍ୟକ୍ଷ,

ନର ବୁଦ୍ଧି ମାନ ରଖ

ସ୍ବାର୍ଥ ହେତୁ ହୁଅ ନାହିଁ ରୁକ୍ଷ।

ଅକାରଣେ ଲଟଘଟ

ଭୁଲି ଭୁଲାଇ କର ଉଚ୍ଚାଟ,

ଅସ୍ବଚ୍ଛ ହେଲାଣି ରାଷ୍ଟ୍ର

ଦେଖ ହେ ଲଜ୍ଜାବନତ ରାଟ !

ବିପୁଳା ହେଲେ ଆକୁଳା

ବେଜବାବେ ନାଶ ହେବ ଭେଳା,

ଭୋଗତୃଷ୍ଣା ହଳହଳା

ନ ରଖିବ ତୁମ ଭଲ ଭେଲା ।

ସାବଧାନ !ସାବଧାନ !

କର ସାଧୁ ଚିନ୍ତନେ ମନ୍ଥନ,

ସ୍ବଚ୍ଛତା ହିଁ ସନାତନ

ପରିମଳ ଦୈବ ନିଦର୍ଶନ ।

ନର ପାଇଁ ନୀର ଫଳ

ଦୈବ ଦତ୍ତ ଅଫୁରନ୍ତ ବଳ,

କରିବାନି ହୀନ ଖେଳ

ଗଢ଼ିଦେବା ସ୍ବଚ୍ଛ ପରିମଳ ।

*ପ୍ରଶାନ୍ତ କୁମାର ସାହୁ ,ଛତ୍ରଗଡ଼,ଖୋର୍ଦ୍ଧା*


Rate this content
Log in