STORYMIRROR

Subhalaxmi Das

Others

3  

Subhalaxmi Das

Others

ନୀରବତା

ନୀରବତା

1 min
335



ଅଭିମାନ କରିବାର ଛଳନା କରି

କିଛି ସ୍ମୃତି ସାଉଁଟି ନେବାର ଲାଳସାରେ

ମୁଁ ନୀରବ ରହେ......

ନିଜକୁ ଅଯାଚିତ ତର୍କରୁ ଦୂରେଇ ରଖିବା ପାଇଁ

ମୁଁ ନୀରବ ରହେ......

ଆପଣାର ଲୋକଙ୍କୁ ହରେଇ ଦେବା ଭୟରେ

ମୁଁ ନୀରବ ରହେ......

ପ୍ରକୃତିକୁ ଅନୁଭବ କରିବା ପାଇଁ

ମୁଁ ନୀରବ ରହେ......

ହୃଦୟର କିଛି ଅସ୍ପଷ୍ଟ ବେଦନାକୁ

ଆଖିର ରାସ୍ତା ଯାଏ ନ ଯିବା ପାଇଁ

ମୁଁ ନୀରବ ରହେ......

ଏମିତି ନୁହେଁ ଯେ ମୋ ପାଖରେ ଶବ୍ଦ ନ ଥାଏ

ତଥାପି ମୁଁ ନୀରବ ରହେ......

ମୋ ନୀରବତାକୁ ଭେଦ କରିବା ପାଇଁ

ସେହି ପ୍ରେମର ପୂଜାରୀର ଠିକଣା ପାଇବା ଆଶାରେ

ମୁଁ ନୀରବ ରହେ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍