ନୀରବି ଯାଉଥିବା ସ୍ବର
ନୀରବି ଯାଉଥିବା ସ୍ବର


ମନୋମୁଗ୍ଧକର ଭାଷଣ ଆଉ କାଗଜରେ
ଯୋଜନାର ଗୋଲାପି ଚିତ୍ର ଆଙ୍କୁଥିବା
ବହୁରୂପୀଙ୍କ ଉତ୍ପାତରେ ତ୍ରସ୍ତ ଜୀବନ
ମୁଖରୁ କାହାରି ନସ୍ଫୁରେ ଏକଇ ବଚନ
ତଥାପି ମୋ ପାଇଁ ମୋ ଭାରତ ମହାନ!!
ଯେବେ ମୁଁ ତୋଳିଲି ସ୍ୱର ଆପଣାର
ଅନ୍ୟାୟ ଅନୀତି ଦୁର୍ନୀତି ପ୍ରୀୟାପ୍ରୀତିର
କାର୍ପଟଦାରଙ୍କ ବିରୋଧରେ ଖୁଲମଖୁଲା
ସଭିଏଁ ଭାଷିଲେ ପ୍ରବଚନ ଅଯଥାରେ
ଚୁପ୍ ରୁହ ହେ ତୁମେ ଏବେ ଛୋଟ ପିଲା!!
କେହି ବି ଜଣେ ଆସିଲେନି ଆଗେଇ
ମୋ ସମର୍ଥନରେ ସ୍ୱାର୍ଥରେ ଅବା ସର୍ତ୍ତରେ
ନା ମୁହଁ ଖୋଲିଲେ ସର୍ବ ସମ୍ମୁଖରେ
ଏଇ ଛକାପଞ୍ଝାର ଜଟିଳ ବ୍ୟାପାରରେ
ମୋ ଦେଶଟା ଯାହା ରହିଗଲା ପଛରେ!!
ପଛରେ ରହିଯିବାର ଆନନ୍ଦଟା ନିହାତି ନିଆରା
ସତ୍ୟକୁ ସାମନା ନକରି ପ୍ରହେଳିକାରେ ଜୀଇଁ
ମୋର କାମ ନୁହେଁର ନ୍ୟାୟରେ ସବୁ କିଛି
ମୁଣ୍ଡପାତି ସହିଯିବାକୁ ଯେବେ ସଭିଏଁ ବ୍ୟାକୁଳ
ମୁଁ ବି କିଆଁ କରିବି ପ୍ରଚେଷ୍ଟା ନିଷ୍ଫଳ??
ସବୁ କିଛି ଚଳେଇ ନେଲେ ଚଳିଯିବ
ଦେଶଟାଯାକର ଭାବନା ଯଦି ହୋଇବ
ସ୍ୱାଧୀନତାର ଦଶନ୍ଧି ଦଶନ୍ଧି ପରେ ବି
ସେମିତି ପଛୁଆକୁ ପଛୁଆ ହୋଇ ରହିଥିବ
ଆଖି ଦେଖୁଥିବ ଆଉ ମୁହଁ ଥିବ ନୀରବ!!