STORYMIRROR

Bunee Tripathy

Others

4  

Bunee Tripathy

Others

ନୀରବ ସାଧିକା

ନୀରବ ସାଧିକା

1 min
217

ମନ ତଳେ ରହିଥାଉ

  ଭରି ଯେତେ କୋହ

ହସିହସି ସହିଯିବ

  ବୋହୁ ପଛେ ଲୁହ।


ସଂସାର ସାଗରେ ଯେବେ

   ଉଠେ ଥରେ ଢେଉ

ଅମାବାସ୍ୟା ପୂର୍ଣ୍ଣିମାର

    ବଢିଯାଏ ଭାଉ ।


ପତିପତ୍ନୀ ଦୁଇ ଚକ

   ନେଉଥିବ ଟାଣି

ଏକୋଇର ବିନା ଆନ

   ନପାରେ ତ ଜିଣି।


ଅହଲ୍ୟା ସାଜି ତୁ ଯେବେ

     ସହିଯିବୁ ସବୁ

ଆସିବେ ତ ପ୍ରଭୁଦିନେ

    ଶାପୁ ଉଦ୍ଧାରିବୁ ।


ବୁଝାମଣା ଅଟେ ସିନା

    ମାମୁଲି ଶବଦ

ଲୁଚିଅଛି ତାଭିତରେ

   କେତେ ଗୁଢ଼ତତ୍ତ୍ୱ।


ସହନଶୀଳତା ପରା

   ନାରୀ ଅନ୍ୟ ନାମ

ଧୈର୍ଯ୍ୟ ସହ କରିପାରେ

  ସବୁ ସମାଧାନ।


ଜଟିଳ ସଂସାର ପରା

    ମାୟାର ବନ୍ଧନ

ଅଡୁଆ ସୂତାର ଖିଅ

   ଗୁନ୍ଥିଛି ଜୀବନ।


ମନ ତଳେ ଚାଲୁଥାଏ

  ଅଣଚାଷ ବାଆ

ଜୀବନର ସଂଯମତା

   ନୀରବ ସାଧିକା।


ପରସ୍ପରେ ଥାଏ ଯଦି

    ନିବିଡ ସମ୍ପର୍କ

ବୁଝାମଣା ତୁଟେନାହିଁ

   ଅତୁଟ ସମ୍ପର୍କ।


ମନ ସହ ମନ ମିଶି

   ହୋଇଗଲେ ଏକ

ସୁଖର ସଂସାର ତୁମେ

   କରିବତ ସୁଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍