Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhalaxmi Das

Others

5.0  

Subhalaxmi Das

Others

ନୀଳନୟନା

ନୀଳନୟନା

1 min
198


ତୁମ ମନମୁଗ୍ଧକର ଚଞ୍ଚଳ ଉଜ୍ଜ୍ବଳ ନୟନଦ୍ୱୟ 

ସବୁ ସମୟରେ ଅନେକ ଅସମାହିତ ପ୍ରଶ୍ନର କେନ୍ଦ୍ରବିନ୍ଦୁ 

ଯେତେ ତହିଁରୁ ଉଦ୍ଧୃତ ହେବାପାଇଁ ଚେଷ୍ଟା କଲେ ବି 

ସେତେ ଅଧିକ ମଗ୍ନ ହୋଇ ହଜି ଚାଲିଛି...... 

ସତ କହିବାକୁ ଗଲେ....... 

ଆକାଶ ଓ ସାଗର ସଂଗମ ଦିଗ୍ ବଳୟରେ 

ମୁଁ ନିଜକୁ ସମର୍ପଣ କରିବାକୁ ଚାହେଁ...... 

ତୁମ ଢଳ ଢଳ ନୀଳ ଆଖିରେ 

ନିଜର ପ୍ରତିବିମ୍ବ ଦେଖି ବିଭୋର ହେବାକୁ ଚାହେଁ 



Rate this content
Log in