STORYMIRROR

Anita Dash

Others

3  

Anita Dash

Others

ନୀଳମଣି🙏

ନୀଳମଣି🙏

1 min
211


ନୀଳମଣି! ଏକି କମନୀୟ କାନ୍ତି

ଦେଖି ଆତ୍ମା ହୁଏ ଖୁସି,

ନିରଖିଲେ ଯେତେ ନୟନ ପୂରେନା

ଝୁରୁଥାଏ ପ୍ରାଣୀ ପକ୍ଷୀ । [୧]


ନୀଳାମ୍ବର ବେଶ ଆହା କି ସୁନ୍ଦର

ମନ ମୁନ ନିଏ କିଣି,

ନୀଳ ନଭ ଜିଣି ସୁନ୍ଦର ଶାଶ୍ୱତ

ଓଡ଼ିଆ ମଉଡ ମଣି । [୨]


ନୀଳଚକ୍ର ବାନା ଉଡେ ଫରଫର

ପତିତ ଉଦ୍ଧାର ପାଇଁ ,

ନୀଳ ପାରବରେ ନୀଳ ଜଳରାଶି

ଦୁଃଖ ଶୋକ ଦିଏ ଧୋଇ । [୩]


ନିଜ ଦୁଃଖ କଥା ଖୋଲି କହିବାକୁ

ଆସିଥିଲି ଭାବଗ୍ରାହୀ,

ନୟନର ତାରା! ତୁମ ଦରଶନେ

ଦୁଃଖ ଗଲା ଦୂର ହୋଇ। [୪]


ନିତ୍ୟ, ଅସୀମର ପ୍ରତୀକଟି ନୀଳ

ଅଗୋଚର ସାଧାରଣ ,

ନୀଳ ରଙ୍ଗଟିରେ ମୋହରି ଶରଧା

ଵିଚଳିତ ମନ- ପ୍ରାଣ । [୫]


ନଶ୍ୱର ଏ କ୍ଷଣ-ଭଙ୍ଗୁର ସଂସାରେ

ତୁମେ ଚିର, ପଦ୍ମନାଭ!

ନର ଜନମରୁ ପାର କରିଦିଅ

ନରକ ନ ହେଉ ଭୋଗ । [୬]


ନିଶୀଥ ନିର୍ଜନେ ଗୋପନରେ ଆସି

ସାଥି ହୁଅ ପ୍ରାଣ ସହି,

ନିର୍ଲିପ୍ତ ଚିତ୍ତେ ମୋ ମୁକତି ରହସ୍ୟ

ଗୋପନେ ଦିଅ ବତାଇ । [୭]



Rate this content
Log in