STORYMIRROR

Pravas Kumar Swain

Others

3  

Pravas Kumar Swain

Others

ନୀଳବର୍ଣ୍ଣ ଶୃଗାଳ

ନୀଳବର୍ଣ୍ଣ ଶୃଗାଳ

1 min
676


କେତେଦିନ ଭଣ୍ଡୁଥିବ ଏଇମିତି

ନିରୀହ ମାନଙ୍କୁ

ଶୋସୁଥିବ ତାଙ୍କ ରକ୍ତ ଝୁଣି ଝୁଣି

ତାଙ୍କରି ମାଂସକୁ ll


ଆସିବ ଆସିବ ରୁହ ଦିନେ

ପୂର୍ଣମୀ ର ରାତି

ଡୁବିବ ସେଦିନ ତୁମ

କଳଙ୍କିତ କୀର୍ତ୍ତି ll


ଜଳିବ ସଭିଙ୍କ ମନେ

ବିପ୍ଳବ ର ବହ୍ନି

ସଭିଏଁ ପାରିବେ ପୁଣି

ତୁମକୁ ଯେ ଚିନ୍ହି ll


ନଥିବ ସମୟ ଆଉ, ଲୁଚିବାକୁ ମାନସରୋବରେ....

ଶତଭୀମ ନେବେ ବକ୍ଷ ଚିରି,

ଭରିକରି ତୁମରି ଶୋଣିତ,

ପ୍ରତିଶୋଧ ଆଞ୍ଜୁଳାରେ....

ପ୍ରଭାସ କୁମାର ସ୍ୱାଇଁ

ବିଦେଇପୁର, ବାସୁଦେବପୁର, ଭଦ୍ରକ

7377320654



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍