ନୀଳବର୍ଣ୍ଣ ଶୃଗାଳ
ନୀଳବର୍ଣ୍ଣ ଶୃଗାଳ
କେତେଦିନ ଭଣ୍ଡୁଥିବ ଏଇମିତି
ନିରୀହ ମାନଙ୍କୁ
ଶୋସୁଥିବ ତାଙ୍କ ରକ୍ତ ଝୁଣି ଝୁଣି
ତାଙ୍କରି ମାଂସକୁ ll
ଆସିବ ଆସିବ ରୁହ ଦିନେ
ପୂର୍ଣମୀ ର ରାତି
ଡୁବିବ ସେଦିନ ତୁମ
କଳଙ୍କିତ କୀର୍ତ୍ତି ll
ଜଳିବ ସଭିଙ୍କ ମନେ
ବିପ୍ଳବ ର ବହ୍ନି
ସଭିଏଁ ପାରିବେ ପୁଣି
ତୁମକୁ ଯେ ଚିନ୍ହି ll
ନଥିବ ସମୟ ଆଉ, ଲୁଚିବାକୁ ମାନସରୋବରେ....
ଶତଭୀମ ନେବେ ବକ୍ଷ ଚିରି,
ଭରିକରି ତୁମରି ଶୋଣିତ,
ପ୍ରତିଶୋଧ ଆଞ୍ଜୁଳାରେ....
ପ୍ରଭାସ କୁମାର ସ୍ୱାଇଁ
ବିଦେଇପୁର, ବାସୁଦେବପୁର, ଭଦ୍ରକ
7377320654
