ନୀଳାଦ୍ରି ବିଜେ
ନୀଳାଦ୍ରି ବିଜେ
ଲୀଳାମୟ ତୁମେ
ରଥାରୂଢ ହୋଇ
ଯାଇଥିଲ ଚାଲି
ରତ୍ନବେଦୀରୁ ଜନ୍ମବେଦୀକୁ
ମାନବୀୟଳଲୀଳା ପାଇଁ l
ଶୂନ୍ଯଥିଲା ବଡଦେଉଳ
ଫାଙ୍କା ପଡିଥିଲା ଆନନ୍ଦ ବଜାର
ବାଇଶି ପାହାଚ ଝିରୁଥିଲା
ଖାଲି ଭକ୍ତଙ୍କ କୋଳାହଳ l
ଏମିତିରେ ଖାଲି
ଦ୍ୱାଦଶ ଦିବସ ଗଲା ବିତି
ଅପେକ୍ଷାର ହେଲା ଇତି
ଜନ୍ମବେଦୀରୁ ଲୀଳାଖେଳା ସାରି
ରତ୍ନବେଦୀକୁ ଫେରୁଛନ୍ତି ଆଜି
ପ୍ରଭୁ ଶ୍ରୀ ଜଗନ୍ନାଥ l
ପୁଣି ଚଳ ଚଞ୍ଚଳ ହେଲା
ବାଇଶି ପାହଚ,ଆନନ୍ଦ ବଜାର
ଭକ୍ତଙ୍କ ଗହଳିରେ l
ସବୁ ପ୍ରସ୍ତୁତି ଏବେ ଶେଷ
ବନ୍ଧା ହେଲା ଚାରମାଳ
ବାଜି ଉଠିଲା ବିଜେକାହାଳୀ
ସଂପୂର୍ଣ୍ଣ ହୋଇ ବନ୍ଦାପନା
ସହ ଡୋରିଲାଗି ନୀତି
ମହାପ୍ରଭୁଙ୍କ ଶ୍ରୀମସ୍ତକରେ
ଟାହିଆ ହେଲା ବନ୍ଧା l
କନକ ମୁଣ୍ଡିରେ ଚାନ୍ଦୁଆ
ଆଉ ରତ୍ନସିଂହାସନ ତଳେ
ଚାରମାଳ ସରିଲାଣି ବନ୍ଧା l
ଘଟ, ମର୍ଦ୍ଧଳ, ବନାଟି,ଛତ୍ରୀ,
ତରାସ, ଆଲଟ ଚାମର ସହ
ନୂତ୍ୟ ବାଦ୍ୟର ତାଳେ ତାଳେ
ଗୋଟି ପହଣ୍ଡିରେ
ପାହୁଣ୍ଡ ପାହୁଣ୍ଡ ପକାଇ
ସିଂହଦ୍ବାର ଅଭିମୁଖେ
ଚାଲିଛନ୍ତି ଶ୍ରୀ ଜଗନ୍ନାଥ l
ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ
ପତିଙ୍କୁ ଘେରନ୍ତି ବାଟ,
ରସଗୋଲା ଖୁଆଇ
ମହାପ୍ରଭୁ କରନ୍ତି
ଲକ୍ଷ୍ମୀଙ୍କ ମାନଭଞ୍ଜନ l
ସରିଲା ଘସା, ବିଡିଆ ମଣୋହି
ରୁଦ୍ଧା କାର୍ଯ୍ୟ ହେଲା ଶେଷ
ଏବେ ଅନ୍ତିମ ପର୍ବରେ
ରତ୍ନସିଂହାସନେ ବିଜେକରି
ନୀଳାଦ୍ରି ବିଜୟ କଲେ
ମହାପ୍ରଭୁ ଶ୍ରୀ ଜଗନ୍ନାଥ l
ଧନ୍ୟ ପ୍ରଭୁ ତୁମେ
ଧନ୍ୟ ତୁମ ଲୀଳା
କି ଆଶ୍ଚର୍ଯ୍ୟ ଏ ପରିକଳ୍ପନା l
ଜୟ ଜଗନ୍ନାଥ l
********************
ପ୍ରଶାନ୍ତ କୁମାର ବେହେରା
ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬
