Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Others

3  

Suresh chandra Padhy

Others

ନୀଳାଦ୍ରି ବିଜେ ୨

ନୀଳାଦ୍ରି ବିଜେ ୨

1 min
130



ଧନ୍ୟ ହେଲି ମଣିମା ତୁମ ଦର୍ଶନ ପାଇ

ମୋ ପରି ପାପୀକୁ ତୁମେ ନେଲ ଆପଣାଇ

ତୁମ ନୀଳାଦ୍ରି ବିଜେ ନୟନେ ଦେଖିବି

କୋଟି ଜନ୍ମର ପାପରୁ ମୁକ୍ତି ଲଭିବି ।


ଆହେ ପ୍ରଭୁ ଚକାଡୋଳା

    କଲ ଏ କି ଲୀଳା

ଜନ୍ମ ଭୂମିକୁ ତୁମେ ଯାଇ ଥିଲ

   ନୀଳାଦ୍ରି ବିଜେ ଆଜି କରିଲ ।


ନୀଳାଦ୍ରି ବିଜେ ଲକ୍ଷ୍ମୀ ନାରାୟଣ ଭେଟ ହୋଇବେ

ସର୍ବେ ନର ନାରୀ ହରି ବୋଲ ଦେବେ

ନୀଳାଚଳ ବିହାରୀ ନୀଳାଚଳରେ ରହିବ

ଯୁଗ ଯୁଗ ପାଇଁ ତୁମ ଲୀଳା କରିବ ।


ସିଂହଦ୍ୱାର ଡାକୁଛି ମଣିମା ଆସ

ତୁମ ଲକ୍ଷ୍ମୀ ଠାକୁରାଣୀ କରନ୍ତି ରୋଷ

ତୁମେ ରସଗୁଲା ଦେଇ ମାନ ଭଂଜନ କରିବ

ନୀଳାଦ୍ରି ବିଜେରେ ରତ୍ନ ସିଂହାସନେ ବସିବ ।


ତୁମେ ପ୍ରଭୁ ଭକ୍ତ ପ୍ରେମରେ ଚାଲି ଗଲ

ଲକ୍ଷ୍ମୀ ମାଆଙ୍କୁ ଏକା କରି ଦେଇ ଗଲ

ଆଜି ନୀଳାଦ୍ରି ବିଜେରେ ଆସିଲ ଫେରି

ଲକ୍ଷ୍ମୀ ଦେବି କୁହନ୍ତି କଲ କାହିଁ ଏତେ ଡେରି ।



Rate this content
Log in