STORYMIRROR

Bijaya Ketan Sahu

Others

3  

Bijaya Ketan Sahu

Others

ନୀଳାଚଳ

ନୀଳାଚଳ

1 min
27.9K


ଉତ୍କଳ ସଂସ୍କୃତି ପ୍ରାଣର ସ୍ପନ୍ଦନ

ଝଂକୃତ ହୁଅଇ ଯହିଁ,

କୋଟି ଓଡ଼ିଆର ପରାଣ-ପୁରୁଷ

ଜଗନ୍ନାଥ ବିଜେ ତହିଁ ।(୧)

ସକଳ ଧର୍ମର ସମନ୍ଵୟ ମନ୍ତ୍ର

ଉଚ୍ଚାରିତ ଯେଉଁ ଧାମେ

ପାପୀ ପରିତ୍ରାଣ ବାନା ଉଡୁଥାଏ

ପତିତପାବନ ନାମେ ।(୨)

ନିର୍ବାଣର ତୀର୍ଥ ପୁଣ୍ୟ ନୀଳଚକ୍ର

କରେ ନିତ୍ୟ ସାମ୍ୟଗାନ

ନିର୍ମାଲ୍ୟ କଣିକା କୋଟିଏ ଜନ୍ମର

କ୍ଷୁଧା କରେ ନିବାରଣ (୩)

କଳ୍ପ ବଟ ମୂଳେ ଏ ବଡ ଦେଉଳ

ସର୍ବ ତୀର୍ଥ ସମାହାର

ଭକ୍ତି-ମୁକ୍ତି-ପ୍ରୀତି-ଶାନ୍ତି ପ୍ରଦାୟକ

ଜଗନ୍ନାଥ ଶ୍ରୀ ପୟର। (୪)

ପ୍ରଭୁ ଶ୍ରୀଚୈତନ୍ୟ ଗାଇଥିଲେ ଯହିଁ

ଶୁଦ୍ଧ ଭକ୍ତି-ପ୍ରେମ ଗାଥା

ଅତିବଡୀ ଯହିଁ କାଳ ଜୟୀ ହେଲେ

ରଚି ଭାଗବତ କଥା ।(୫)

ଶଙ୍କର, ନାନକ, ରାମାନୁଜ ଆଦି

ଏ ଧାମେ କଲେ ପ୍ରଣାମ

ସକଳ ଯୋଗ-ତନ୍ତ୍ର-ସିଦ୍ଧି ସାଧନା

ଏହି ଶ୍ରୀପୁରୁଷୋତ୍ତମ। (୬)

ପୁଣ୍ୟ ଶ୍ରୀମନ୍ଦିର ମର୍ତ୍ତ୍ୟର ବୈକୁଣ୍ଠ

ସକଳ ଦେବଙ୍କ ଆଳ

ମହୋଦଧି ଯା'ର ଚରଣ ପଖାଳେ

ଏଇ ପୁଣ୍ୟ ନୀଳାଚଳ

**************

Bijaya Ketan Sahu

Mobile No- 9663116798

WhatsApp- 7204242395


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍