STORYMIRROR

Prasanta kumar Hota

Others

3  

Prasanta kumar Hota

Others

ନୀଳାଚଳ ନାଥ ହେ ଚକାନୟନ

ନୀଳାଚଳ ନାଥ ହେ ଚକାନୟନ

1 min
313


ନୀଳାଚଳ ନାଥ ହେ ଚକାନୟନ

ଦୁଃଖୀ ପରିତ୍ରାଣ ହେ ଦୁଃଖ ନାଶନ

ତୋପାଦେ ପ୍ରଣତି ହେବି ମୁଁ ଭାଜନ

ଭକତି ଭାବରେ ଭରିବି ନିକ୍ଵଣ


ମାଗୁଛି ଏତିକି ମୋତେ ତୁ ଦେଖିବୁ

ମୁଁ ତୋତେ ଦେଖିବି ମନେ ଭାବୁଥିବୁ

ଭାବେ ଭାବ ରଖି ଭାବରେ ଭାସିବି

ତୋ ପାଦ ପଦ୍ମରେ ସଦା ରହିଥିବି


ତୋ ଫୁଲ ତୁଳସୀ ତୋତେ ଦେବି ବୋଲି

ସରାଗେ ସଜାଇ ମନ୍ଦିରେ ରଖିବି

ଆଶା ଏତେ ଟିକେ କରୁଛି କରିବି

ତୋଛଡା ତୁଳସୀ ପାଇ ଧନ୍ୟ ହେବି


ରୁଚି ନାହିଁ କିଛି ଅଭଡା ଖୋଜୁଛି

ତୋତେ ଦିଆ ଅନ୍ନ ଅଭଡା ମାଗୁଛି

ତୋପାଖେ ତୋ ଅନ୍ନ ଭୋଗ ହେବ ଯାଇ

ସେ ଭୋଗ ଆଶାରେ ରହିଛି ଆନାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍